ତାଡକା ଅସୁରୀ ବଧ
ତାଡକା ଅସୁରୀ ବଧ
( ରାଗ ‐ କର୍ଣ୍ଣଡା )
ଶୁଣ ହେ ସୁଜନେ ରସ ମନ ଲୋଭା
ଶ୍ରୀରାମ ଚରିତ ଆଖ୍ଯାନ
ରାମାୟଣ ଗୀତେ ଦିଅ ହେ ମନ ॥
ଦୂର ହେବ ପାପ ଖଣ୍ଡିବ ସଂତାପ
ତାଡକା ଅସୁରୀ ବଧ ହେ ସୁଜନ ॥
ଦିବ୍ଯ ରସେ ଭରା ଏହାର ପଦ
ପଠନ ରେ ଦୂର ଦୁଃଖ ଆପଦ ॥
ବିଶ୍ବାମିତ୍ର ଋଷି ଶ୍ରୀରାମ ଲକ୍ଷ୍ମଣ
ଅଯୋଧ୍ଯା ରାଜା ଙ୍କ ଠାରୁ ହେ ସୁଜନେ ॥୧॥
ମାଗି ଘେନି ଗଲେ ଯାଗ ରକ୍ଷା ଲାଗି
ଚଳିଲେ ସେ ଘୋର କାନନେ
ଦେଖିଲେ କାନ୍ତାରେ ବିଟପି ମାନେ ॥
ଗହଳ କାନନେ ସୁ ‐ଶ୍ଯାମଳ ବର୍ଣ୍ଣେ
ବହୁ ତୂଣ ତରୁ ଲତା ହେ ସୁଜନେ ॥
ପୁଚ୍ଛିଲେ ମୁନିଙ୍କି ଭୋ ଗୁରୁ ଦେବ
ଏ ବନ ଚରିତ କିଛି କହିବ ॥
ସୁମଧୁରେ ହସି ବିଶ୍ବାମିତ୍ର ଭାଷି
ଆହେ ! କୁମରେ ଶୁଣିବ ହେ ସୁଜନେ ॥ ୨ ॥
ଦେଖ କମନୀୟ ଆହାକି ! ସୁ ‐ ପକ୍ବ
ଫଳ ଫୁଲ ମାଳେ ସୁ‐ ଶୋଭା
ଦିଶଇ ଏ ବନ ସୁ‐ମନ ଲୋଭା ॥
ଶୋଭନ୍ତି ମଞ୍ଜୁଳେ ପ୍ରକୁତିର କୋଳେ
କମନୀୟ ସୁ‐ଋଚି ରେ , ହେ କୁମରେ ॥
ଅସୁରୀ ଅସୁର ଅଭୟ ପୁର
ଅଟେ ଏ କାନ୍ତାର , ବେଗେ ସଂହର ॥
ଯାଗ ରକ୍ଷା ଲାଗି ଆଣିଅଛୁ ମାଗି
ତୁମ୍ଭ ଯୁଗଳଙ୍କୁ ଆମ୍ଭେ ହେ କୁମରେ ॥ ୩ ॥
କହି ନାନା କଥା ହରି ମନବ୍ଯଥା
ଆପଣା କୁଟୀରେ ସେ ଋଷି
ଆରମ୍ଭିଲେ ଯାଗ ଯାଇ ପ୍ରବେଶି ॥
ଆହୂତିଲେ ହବି ଗଗନକୁ ଚୂମ୍ବି
ଉଠିଲା ଅନଳ ଶିଖା ହେ ସୁଜନେ ॥
ବସି ସେ ଆସନେ କରୁଁ ସୁ‐ ଯାଗ
ଭାଷିଲେ ତାଡକା ବଧ ସୁଯୋଗ ॥
ଜାଣି ମୁନି ଯାଗ ତାଡକା ମାରିଚ
ଆସି ଆରମ୍ଭିଲେ ଭଙ୍ଗ ॥ ସେ ଅସୁରେ ॥ ୪॥
ଅଦୂଶ୍ଯ ଭାବରେ ଆକାଶରେ ରହି
ଯାଗ ଧ୍ବଂଶ ପାଇଁ ସେ କେତେ
ବିରଚିଲେ ମାୟା ଯେ ନାନା ମତେ ॥
ପୁଛିଲେ ଶ୍ରୀରାମ ଆହା କି ବିଷମ
ମୋ ମତି ଭ୍ରମିତ କରେ ସେ ଅସୁରେ ॥
କାହାନ୍ତି ସେ ମାନେ କହ ସତ୍ତ୍ବର
ବିନାଶିବି ଏଇ ଯୋଖିଛି ଶର ॥
ମାୟାରେ ଅଦୂଶ୍ଯ ଅଛନ୍ତି ସେ ବେନି
ଭାଷନ୍ତେ ମୁନି ଏ ଗିର ସେ ଅସୁରେ ॥ ୫ ॥
ବାତ ଅସ୍ତ୍ର ମାରି ମାରିଚେ ଖେଦିଲେ
ଲକ୍ଷ ଯୋଜନର ଦୂରକୁ
ସଙ୍ଗରେ ଲକ୍ଷ୍ମଣ ଧନୁ ଚାପକୁ ॥
ଧରି ଆମଞ୍ଚନ କରି ସଂହରିଲେ
ତହିଁ ବହୁତ ଅସୁର ହେ ସୁଜନେ ॥
ବିଭାବସୁ ଅସ୍ତ୍ରେ ନାଶି ସୁବାହୁ
ଘୋରତର ରଣ ବିରଚି ବହୁ ॥
ସୁତୀକ୍ଷ୍ଣ ନାରାଚେ ତାଡକା ସଂହାରି
ଯାଗ ରକ୍ଷା କଲେ ସେହୁ ॥ ହେ ସୁଜନେ ॥୬ ॥

