STORYMIRROR

Bidyadhar Mantry

Abstract Romance Classics

4  

Bidyadhar Mantry

Abstract Romance Classics

ହୃଦ ସ୍ପନ୍ଦନରେ ହୃଦୟର ଭାଷା

ହୃଦ ସ୍ପନ୍ଦନରେ ହୃଦୟର ଭାଷା

2 mins
344

 

ପତିଙ୍କ ପ୍ରଶସ୍ଥ ବକ୍ଷ ଦେଶେ ରହି ଥିଲା ମଥା

ଅଙ୍କଶାୟିନୀ ରୁକ୍ମିଣୀ ପ୍ରାଣେ ଥିଲା ଉଦ୍ଦାମତା 

କ୍ରମେ ହୃଦର ସ୍ପନ୍ଦନ,କର୍ଣ୍ଣ ପାତ ପରେ ସ୍ପଷ୍ଟ 

ବିରହ ବେଦନା ସ୍ବର ସତେ ବା ଅତି ନିକଟ

ରାଧା ରାଧା ଶବ୍ଦ କ୍ରମେ ଆପେ ହେଲା ହୃଦ ବୋଧ 

ପତ୍ନୀ ଥାଇ ପାଶେ ପୁଣି ପ୍ରିୟା ହୃଦେ ଉପଲବ୍ଧ !!!!

ପ୍ରୀତି ଭରା ଆବେଗତା ଥାଇ ହୃଦୟ ମଧ୍ୟରେ

ନିରେଖି ଚାହିଁଲେ କ୍ରମେ ପତି ଦେବ ପ୍ରତି ଧିରେ


ଏ କ'ଣ!! ମୁଦ୍ରିତ ନୟନେ ବି ସ୍ବାମୀ ଆତ୍ମହରା

ଚିନ୍ତା ଚେତନାରେ ବୋଧେ ପ୍ରେମ ଫଲ୍ଗୁ ଧାରା !!

ସଙ୍କୋଚ ଥାଇ ପତିଦେବଙ୍କୁ ଦୋହଲାଇ ଥରେ 

ରୁକ୍ମିଣୀଙ୍କ ପ୍ରଶ୍ନ ଥିଲା ପ୍ରେମୀ କୃଷ୍ଣ ଉଦ୍ଦେଶ୍ୟରେ

ହୃଦ ସ୍ପନ୍ଦନରେ ତୁମ ରାଧା ରାଧା ଗୁଞ୍ଜରିତ

ବୁଝି ହେଉନି ରହସ୍ୟ, ଯାହା ଅଛି ଲୁକ୍କାୟିତ

ସନ୍ଦେହ ନ ରଖି ତଥ୍ୟ ଯଦି କରିବେ ପ୍ରକାଶ

ତୁଟି ଯିବ ହୃଦୟର ସବୁ ଦ୍ୱିଧା ଅବଶୋଷ 


ସ୍ମିତ ହସି ରୁକ୍ମୁଣୀଙ୍କୁ ଆଲିଙ୍ଗନ ସହକାରେ

ବିଗତ ଦିନର ସ୍ମୃତି ଉଜ୍ଜୀବିତ ହେଲା ଧୀରେ

ରାଧା ସମ ବେଶଭୂଷା ,ରୁକ୍ମିଣୀ ହେଲେ ତ୍ୱରିତ

ପ୍ରେମ ଗାଥା କ୍ରମେ ପ୍ରେମୀ ଶ୍ରୀକୃଷ୍ଣଙ୍କ ମୁଖେ ବ୍ୟକ୍ତ

ପ୍ରାଣ ପ୍ରିୟା ସମ୍ବୋଧନ ଧାରେ ରୁକ୍ମିଣୀଙ୍କୁ ଚାହିଁ

ରାଧା ସାଥେ କାହ୍ନା ଭାବ,ଭାବରେ ଦେଲେ ବୁଝାଇ


ବଂଶୀ ସ୍ୱନ ପ୍ରଭାବରେ ତରଳି ଥିଲା ପଥର

ହିଂସ୍ର ସ୍ବଭାବ ବିହୁନେ ବନ୍ୟ ପଶୁ ଅରଣ୍ୟର 

ଯମୁନାର ଜଳ ଜଳଚର ଜୀବ ହେଲେ ସ୍ଥିର

ମୋହଗ୍ରସ୍ତ ହେଲେ ଗୋପୀ ପୁଣି ମୋହ ଗୋପପୁର 

ବିହଙ୍ଗ କାକଳି ଆପେ ଆପେ ଗଲେ କ୍ରମେ ଭୁଲି 

ପବନ ଓ ଚନ୍ଦ୍ର ନିଜ ଗତି ପଥ ଗଲେ ଭୁଲି

ଧ୍ୟାନସ୍ଥ ଯୋଗୀର ହେଲା ଧ୍ୟାନ ଭଗ୍ନ ସହଜରେ

ରାଧା ସହିତ ଗୋପାଙ୍ଗନା ବି ବିବ୍ରତ ଗୋପରେ

ବନରେ ମୟୁରୀ ନାଚୁ ଥିଲେ ପୁଣି ବଂଶୀ ସ୍ୱରେ

ଯମୁନାର ଜଳ ବି ଉଛୁଳିଲା ଅନାୟସରେ

ଡାକ ଦେଲେ ଶୁକ ପିକ କୁଞ୍ଜବନ ଚଉପାଶେ 

କଦମ୍ବ ଫୁଲର ମହକ ଭରିଲା ଆପେ ସୁବାସେ 

ମୁରଲୀ ସ୍ଵନ ରେ ଯେବେ ଗୁଞ୍ଜରିତ ରାସ ଦୋଳି

ଚିତ୍ତ ଚୋରି ହେଲା ପ୍ରାୟ ପ୍ରେମ ଉଠିଲା ଉଛୁଳି

କି କୁହୁକ ଥିଲା ସତେ ଗୋପ ବାଳୀ ହେଲେ ମେଳି

ସବୁ ଭୁଲି ରାଧା କ୍ରମେ ଦିବା ନିଶି ହେଲା ଭାଳି


ଗୋପରେ ଶୁଭୁନି ମୁରଲୀ, ନାହିଁ ସେ ଉନ୍ମାଦତା

ବାହୁନେ ରାଧାର ପ୍ରାଣ, ଗୋପ ପୁରେ ନୀରବତା 

ମଧୁବନ ବା କୁଞ୍ଜବନେ ନାହିଁ ମୁରଲୀ ଧାରୀ

ନନ୍ଦ ଉଆସରେ କୋଳାହଳ ବିନା ହତଶିରୀ

ବଂଶୀ ଯଦିଓ ବାଜୁନି , ପ୍ରତିଧ୍ଵନି ଅଛି ତାର

କିନ୍ତୁ ସଦା ଆନମନା ରାଧା ହୃଦୟ ଭିତର


କାହ୍ନା କଥା ଭାଳି ରାଧା କହୁଛି ଅନ୍ତର କଥା

ନିତି ଶ୍ୟାମ ରୂପ ,ରଙ୍ଗ,ଦର୍ଶନ ନିମନ୍ତେ ଚିନ୍ତା

ରାଧା ପ୍ରେମର ଆଧାର ସାକ୍ଷୀ ଯମୁନାର ଜଳ

ସେଇ କେଳି କୁଞ୍ଜ ସାକ୍ଷୀ,ସାକ୍ଷୀ ଗୋପୀ ଓ ଗୋପାଳ

ହୃଦେ ଭାବୁଛନ୍ତି ରାଧା ଆକାଶର ରଙ୍ଗ ନୀଳ 

ନୀଳ ଯମୁନାର ଜଳ ,କୃଷ୍ଣ ସ୍ଵୟଂ ରଙ୍ଗ ନୀଳ 


ପ୍ରାୟ ପତ୍ନୀ ଓ ପ୍ରେମିକ,ଦୁହେଁ ପ୍ରେମର ଆଧାର

ଯୁବା ବୟସର ପ୍ରେମ,ନିଆରା ଭାବ ସେଥିର 

ପ୍ରେମୀ ହୃଦୟର ଭାଷା, ହୃଦ ସ୍ପନ୍ଦନରେ ସ୍ପଷ୍ଟ

ଜୀବନ ଧାରଣ ତତ୍ତ୍ଵ, ଆପେ ଦୂର ଦୁଃଖ କଷ୍ଟ

ବ୍ୟକ୍ତ କଲେ ପ୍ରେମ ଗାଥା,ପ୍ରେମରେ ପ୍ଳାବିତ ପତି

ରୁକ୍ମିଣୀ ମନର ଦ୍ୱିଧା, ପୂର୍ଣ୍ଣ ମାତ୍ରାରେ ମୁକତି



Rate this content
Log in

Similar oriya poem from Abstract