ପ୍ରଣୟର ଖାରବେଳ
ପ୍ରଣୟର ଖାରବେଳ
ତୁମ କୋଳରେ ଶୋଇ ରୁହେ
ଏଇ ଖରାବେଳେ ଏକ ଅଦ୍ଭୁଦ ଶାନ୍ତିରେ ,
ସେ ଗଛ ଛାଇତଳେ , ଯେଉଁଠି
ବର୍ଷୁଥାଏ ନାଲି ନାଲି ପଳାଶ ଫୁଲ
ଆମ ସ୍ୱଗତରେ ...
ଏଇଠି ଶୋଇ ଶୋଇ
ମୋ ଆଖିରେ ତୁମେ ସମଗ୍ର ପୃଥିବୀକୁ ଦେଖୁଥାଅ
ମୁଁ ତୁମ ଓଠରୁ ପିଉଥାଏ ମହୁ ,
ତୁମେ ମୋ ସମଗ୍ର ସତ୍ତରେ ପ୍ରବାହିତ ହେଉଥାଅ
ଏବଂ ମୁଁ ଅନନ୍ତ ପାଇଯାଏ ତୁମ ଭିତରେ ଲିନ ହେଉ ହେଉ।
ତୁମ କୃଷ୍ଣକାୟ କେଶରାଶି
ଉଡୁଥାଏ ମୋ ମୁଁହ ସାରା ,
ମୁଁ ଉଡୁଥାଏ ଦିଗରୁ ଦିଗନ୍ତ
ଅନ୍ତରୁ ଅନନ୍ତ ବୁଣୁଥାଏ
ପ୍ରେମ ପ୍ରଣୟର ମଧୁଖରା ….
ତୁମେ ସ୍ୱପ୍ନ ଦେଖ ମୋ ଆଖିରେ
ମୁଁ ସ୍ୱପ୍ନକୁ ସ୍ବୀକାର କରିଚାଲେ ମନେ ମନେ ,
ତୁମେ ପୁଣି ମୋତେ ଲତା ପରି ତୁମ
ବାହୁରେ ଭରିନେଇ ଛବି ଆଂକି ଚାଲ
ମୋ ଦେହ ସାରା ଅନେକ ଚୁମ୍ବନେ।।
ମୁଁ ତରଳି ଯାଏ ତୁମ ଉଷ୍ମ ଚୁମ୍ବନେ
ଏଇ ଖରାବେଳଟାରେ , ବୋହିଚଲେ
ଶିରା ପ୍ରଶିରା ଦେଇ ତୁମ ଅତ୍ମାକୁ ,
ମୁଁ ହଜିଯାଏ ,ଲିନ ହେଇଯାଏ
ତୁମ ଭିତରେ ପାଇ ସେ ଅଦୃଶ୍ୟ ପରତ୍ମାକୁ ...
ଏବେ ତୁମେ ତୁମେ ନୁହଁ
ଏବେ ମୁଁ ମଧ୍ୟ ମୁଁ ନୁହେଁ ,
ତୁମେ ଏବେ ଅନନ୍ତ ସିମା ବ୍ୟାପ୍ତ
ନୀଳ ଉନ୍ମୁକ୍ତ ଆକାଶ , ମୁଁ କ୍ଷୁଦ୍ର
ଏକ ପକ୍ଷୀ ଯିଏ ଉଡୁ ଉଡୁ ହଜିଯାଏ ତୁମ ଦେହେ ।।
ଏଠି କେହିନାହାଁନ୍ତି ବାଧା କି ବିଘ୍ନ ଦେବାକୁ
ଆମେ ଏବେ ନିଶ୍ଚିନ୍ତରେ ପ୍ରଣୟ କରିପାରୁ
ଜଣେ ଜଣକ ବାହୁରେ ବନ୍ଦି ହେଇ , ଛନ୍ଦି ହଇ ,
ଏବେ ଏଠି କେହିନାହାଁନ୍ତି
ବାଧା କି ବିଘ୍ନ ଦେବାକୁ
ଏଠି ବୋହୁଥିବା ଶାନ୍ତ ଶିତଳ ପବନରେ
ଆମେ ନିଶ୍ଚିନ୍ତରେ ପ୍ରଣୟ କରିପାରୁ
ଉଭୟେ ଉଭୟ୍ଂକ ମଧ୍ୟରେ ହଜିଯାଇ ।।
ମୁଁ ପଳାଶ ଫୁଲକୁ ସଜାଉଥାଏ
ପବନରେ ଉଡୁଥିବା ତୁମ ଅଲରା କେଶରେ ,
ତୁମେ ଝଲସି ଉଠ ମହକି ଉଠ
ଅପୂର୍ବ ଏକ ଉଲ୍ଲାସରେ ।।
ମୋ ପାପୁଲିରେ ତୁମେ ତୁମ ହାତରଖି
ମୋ ଆଂଗୁଳିରେ ତୁମେ ତୁମ ଆଂଗୁଳି ଛନ୍ଦୁଥାଅ ,
ମୋ ପାଦ ଉପରେ ତୁମେ ତୁମ ପାଦ ରଖି
ସମସ୍ତ ପଥକୁ ଏକାକାର କରୁଥାଅ ।।
ତୁମେ ଜାଣିଛ ଏବଂ ମୁଁ ମଧ୍ୟ ଜାଣିଛି
ଆମର ସମସ୍ତ ପାଦଚିହ୍ନ ଏକାଠି ପଡିବ
ଏ ସମଗ୍ର ପୃଥୀବି ବକ୍ଷରେ ,
ଦିନରୁ ରାତିଯାଏ ,ମାସରୁ ବର୍ଷଯାଏ ,
ସୃଷ୍ଟିର ଆଦ୍ୟରୁ ପ୍ରାନ୍ତଯାଏ
ଯେଉଁଠି ଯେଉଁଠି ତୁମେ ଥୁବ ,ମୁଁ ଥିବି
ସେଇଠି ସେଇଠି ତୁମ ସାଥିରେ ।।
ଚାଲ ଏବେ ଫେରିଯିବା ଦୂର ଦିଗ୍ ବଳୟକୁ
ଯେଉଁଠି ପୃଥିବୀ ଓ ଆକାଶ ଆଲିଂଗନ ବଧ
ଏବଂ ଯେଉଁ ଦିଗ୍ ବଳୟରେ ସୁର୍ଯ୍ୟ ହଜିଯାଏ ସବୁଦିନେ
ସେ ପଳାଶ ଗଛ ଡେଇଁ ଯାଇ ,
ସେଇ ଦିଗ୍ ବଳୟକୁ ଚାଲ ଫେରିଯିବା
ପୁଣି ଅନ୍ୟ ଏକ ପ୍ରଣୟ , ଅନ୍ୟ ଏକ ମିଳନର
ହଜାର ହଜାର ଉନ୍ମାଦନାରେ ଲିପ୍ତ ହେଇ ।।