STORYMIRROR

Bidyadhar Mantry

Abstract Romance Classics

4  

Bidyadhar Mantry

Abstract Romance Classics

ବସନ୍ତ ରଙ୍ଗିଆ ଜାଣି ଠିକଣା

ବସନ୍ତ ରଙ୍ଗିଆ ଜାଣି ଠିକଣା

2 mins
19


ପରିବେଶ କଳୁଷିତ ଓ ଦୂଷିତ

ଋତୁ ଚକ୍ରରେ ବ୍ୟାଘାତ

ଅନିୟମତା ପ୍ରାୟତଃ ଅଛି ଘେରି

ଋତୁ ଯାତାୟାତ ପଥ

ରଙ୍ଗିଲା ବସନ୍ତ ଦେଖୁ ଅଛି ଦୂରେ

ଶୀତ ଖେଳୁ ଅଛି ଖେଳ

ଅବଧି ତ ପୁରି ଆସିଲାଣି ପ୍ରାୟ

କିମ୍ପା କରୁଛି ଚହଳ!

ବୃକ୍ଷ ଲତା ପତ୍ର ଝଡ଼ା ପରେ ପରେ

ଶୀତ ହେଲାଣି ଲଜ୍ଜିତ

ବସନ୍ତ କୁ ସ୍ବାଗତ ଜଣାଇ କହେ

ସଭିଏଁ ଅପେକ୍ଷାରତ

ଜଳବାୟୁ ପାଣିପାଗ ପରିବେଶ

ବଦଳୁଛି ପ୍ରତି କ୍ଷଣେ

ଖାପ ଖୁଆଇ ଚଳିବାକୁ ହୁଏ

ଦୁଃଖିତ ନ ହୁଅ ମନେ

ଆସ ଋତୁ ରାଜ ଅଭିମାନ ତେଜି

ତୁମ ଠିକଣା ଜାଗାକୁ

ଏ ଜୀବ ଜଗତ ଶୀତ ପ୍ରତି ବୀତସ୍ପୃହ

ଅପେକ୍ଷାରେ ବସନ୍ତ କୁ

ସଜେଇ ହେଉଛି ପତ୍ର ଝଡ଼ା ଗଛ

ବସନ୍ତ ଆସିବ ଜାଣି

ସୁଲୁ ସୁଲୁ ବାଆ ବୋହିବାର ଦେଖି

କୋଇଲି ହସୁଛି ପୁଣି

ଆମ୍ବ ଗଛରେ ବଉଳର ସମ୍ଭାର

ବାସୁଅଛି ମହ ମହ

ହୃଦ ଖୋଲା ହସ ହସିଲା ବସନ୍ତ

ତନ ମନ ବି ଅଥୟ

ଆସିଛି ବସନ୍ତ ଫୁଲ ସବାରୀରେ

ଫୁଲେଇ କିନ୍ତୁ ସୁନ୍ଦରୀ

ହଳଦୀ ବସନ୍ତ ସହିତ କୋଇଲି

ମଳୟ ପବନ ଧରି

ବସନ୍ତ ଆସିବା ଇଶାରା କ୍ରମଶଃ

ସହଜରେ ଅନୁମେୟ

କୋଇଲି ସୁର ଲୟ ତାଳ ସହିତ

ମନରେ ଭାରି ଅଥୟ

ଆମ୍ବ ବଉଳର ମହ ମହ ବାସ

ଧିରେ ଧିରେ ମହକୁଛି

କଅଁଳିଆ ନୂଆ ପତ୍ର ଗଛ ଦେହେ

ନିଜେ ହଲି ହଲାଉଛି

ପ୍ରେମିକ ପ୍ରେମିକା ମନ ଛନ ଛନ

ଭାରୀ ଭାରୀ ଯଉବନ

ରଙ୍ଗ ବୋଳା ବୋଳି ହେବା ପାଇଁ ଅଙ୍ଗେ 

ମନ ହେଉଛି ଉଚ୍ଛନ୍ନ

ପ୍ରେମର ପରଶ ଲଭିବାକୁ ଆଶା

ହେଉଅଛି ଉଜ୍ଜୀବିତ

ମଳୟ ପବନ ଅଙ୍ଗରେ ଲାଗୁଛି

ହୃଦ ହୁଏ ଉଲ୍ଲସିତ

ଶୃଙ୍ଗାର ରସରେ ପ୍ଲାବିତ ହୋଇଛି

ଋତୁରାଜ ସେ ବସନ୍ତ

ପ୍ରେମିକା ଛାତିରେ ମୁଣ୍ଡ ଗୁଞ୍ଜିବାକୁ

ପ୍ରେମିକ ମନ ଉଦ୍ୟତ

ଫୁଲର ସମ୍ଭାର ଆଣିଛି ବସନ୍ତ

ଭିନ୍ନ ଭିନ୍ନ ଫୁଲ ରଙ୍ଗେ

ରଙ୍ଗାୟିତ ଅଛି ଧରଣୀ ର ବକ୍ଷ

ଉନ୍ମାଦନା ପ୍ରତି ଅଙ୍ଗେ

ପର୍ବ ପର୍ବାଣୀ ବି ବସନ୍ତ ଋତୁର

ରଙ୍ଗ ସହିତ ପାଳନ

ହୋଲି ଶ୍ରୀପଞ୍ଚମୀ ମୁଖ୍ୟ ଆକର୍ଷଣ

ପରିବେଶ ବି ରଙ୍ଗୀନ୍

ଧନ୍ୟ ହେ ବସନ୍ତ ସଜବାଜ ତୁମ

ଧନ୍ୟ ମନ ଉପବନ

ରଙ୍ଗ ଢ଼ଙ୍ଗ ତୁମ ସମ୍ପୂର୍ଣ୍ଣ ନିଆରା

ତୁମକୁ ଅଭିନନ୍ଦନ

ତୁମ ଆଗମନେ ସୁନ୍ଦରୀ ତରୁଣୀ

ଲାଗେ ଅଧିକ ସୁନ୍ଦର

ପରିବେଶ ଭାରି ମନ-ମତାଣିଆ

ବୁଝି ହେଉନି ହୁନ୍ଦର

ଋତୁରାଜ ନାମେ ମାନ୍ୟତା ରହିଛି

ରୂପ ରାଜ କନ୍ୟା ସମ

ସେ ରୂପ ବର୍ଣ୍ଣନା କିଏ ବା କରିବ

ରୂପ ତୁମ ଅନୁପମ

ଫୁଲେଇ ପ୍ରେମିକା କାହିଁକି କେଜାଣି

ଫୁଲେଇ ହେଉଛି ବେଶି

ତୁମ ଛୁଆଁ ପାଇ ଲାଜେଇ ଲାଜେଇ

ଅଳପ ଦେଉଛି ହସି

ଷୋଳ ଟି ବସନ୍ତ ଅତିକ୍ରମ କରି

ପୁଣି ହୁଏ ସଜବାଜ

ତୁମର ବାରତା ବୁଝିଲାଣି ବୋଧେ

ଅଧୁନା ଲାଗେ ସହଜ

ହେ ଫୁଲେଇ ସୁନ୍ଦରୀ ଷୋଳ ବୟସୀ

ବସନ୍ତ ଚାହିଁ ରହିଛି

ଫୁଲେଇ ବସନ୍ତ ତୋ ଫୁଲା ଗାଲରେ

ଦାଗ ଦେଖି ହସୁ ଅଛି

ବସନ୍ତ କହୁଛି ତୋ ପ୍ରିୟା ସୁନ୍ଦରୀ

ଯେତେ ଦେଖିଲେ ବି ନୂଆ

ସୁନ୍ଦରୀ ପ୍ରିୟା ମୋ ନିଜକୁ ସମ୍ଭାଳ

ବସନ୍ତ ପରା ରଙ୍ଗିଆ ।



Rate this content
Log in

Similar oriya poem from Abstract