ସଘନ ବାସ
ସଘନ ବାସ
କବିତା - ସଘନ ବାସ
ରଚନା - ପଞ୍ଚାନନ ଜେନା
ତାରିଖ -୩୦-୧୧-୨୦୨୩
ରୋମାଣ୍ଟିକ୍ ଗୀତ କର୍ଣ୍ଣ ଶୁଣିଲେ
ମନରେ ତରଙ୍ଗ ନାଚଇ ଭଲେ
ପୁଣି ଦେଖିଲେ ଟିଭି ମୋବାଇଲ
ସୋସିଆଲ ମେଡିଆରେ
ଲୁଚି ଛପି ହାଉଲେ ହାଉଲେ
ପେନ୍ଥା ପେନ୍ଥା ଆଦିମ ଅଭ୍ୟାସ
ଦରିଆ ଢ଼େଉ ପରି ମାଡି ଆସନ୍ତି
ମନ ଉପକୂଳ ଭିଜି ଯାଏ
କାମ ବାଣ ବିନ୍ଧିଯାଏ
ସୁପ୍ର ଜିନିଷ କଡ଼ ଲେଉଟେ
ଚୁପି ଚୁପି ମରମ ଦହେ
କହେ ବୋଲେ ଫୁଲେ ।
ପୁଣି ସିନେମା ଅପେରା ନାଟକରେ
ମୁକ୍ତ ରଙ୍ଗମଞ୍ଚ ରଙ୍ଗୀନ ଆଲୁଅରେ
ନାୟକ ନାୟିକା ଦୁହେଁ
ଚିପି ହୋଇ ଗଡୁ ଥିଲେ
ବର୍ଷାରେ ଭିଜୁ ଥିଲେ
ହାତ ଧରି ଫୁଲ ବଗିଚାରେ ଗୀତ ଗାଉଥିଲେ
ମନରେ ଆସେ ଭାବନା ଜୁଆର
ଅନେକ କଥା ଉଙ୍କିମାରେ ଥରେ ନୁହେଁ କେତେଥର !
ସୁଲୁସୁଲିଆ ପବନ ବହୁଥିବ
ସଞ୍ଜ ଆସିବ ଆସିବ
ଆସି ନ ଥିବ
ସୁବାସିତ ଫୁଲର ସୁବାସ
ଭାସି ଆସୁଥିବ
ନାକ ପୁଡାରେ ବାସି ଭଡୁଥିବ
ଘର ବାଲ୍କୋନିରେ ପାଖାପାଖି
ଆମେ ଦୁଇ ପ୍ରାଣୀ
ଦେହକୁ ଦେହ ଘଷି
ବସିଥିବା ଯୋଡ଼ା ବଣୀ
ଗରମ ଚା' ର କପ୍ ଛୁଉଁ ଛୁଉଁ
ଚୁମି ଦେଉଥିବି ଗୋଲାପି ଗାଲରୁ କପେ ।
ଆହୁରି ସରମୀ ସରାଗେ
ମୋ ପ୍ରାଣପ୍ରୀୟେ ପ୍ରେୟସୀ ଗାଢ ଆବେଗେ
ଅଳ୍ପ ଅଳ୍ପ ହସି ଆଗେ ଆଗେ
ଭିତରକୁ ଡାକୁଥିବ ଅନୁରାଗେ
ଆଖି ଇଶାରାରେ
ହାତ ପାଆନ୍ତାରେ ମିଳୁଥାନ୍ତା
ପୂର୍ଣ୍ଣମୀ ଶଶି ପୂର୍ଣ୍ଣଭାଗେ ।
ବାହୁ ପାଖରେ ଶୋଇ
ବାହୁ ତକିଆ ଲମ୍ୱେଇ
ବାରମ୍ଵାର ଗେଲ କରୁଥିବ
ଚନ୍ଦନ ଚର୍ଚ୍ଚିତା ଅଙ୍କ ଦୋଳିରେ ଝୁଲେଇ
ଛୁଇଁ କୋଳେଇ
ଚୁମି ଗେହ୍ଲେଇ
କୃତୁ କୁତୁ ହସରେ
ଦୁହେଁ ହସୁଥିବା ଅଳପ ଲାଜରେ
ଘର ଚାରିକାନ୍ଥ ରେ
ଟଙ୍ଗା କ୍ୟାଲେଣ୍ଡର ମାନେ
ମସ୍ତିରେ ଝୁମୁଥିବେ
ପବନ ଝୁଲଣାରେ
ରଜ ଦୋଳି ପରି ନିଝୁମ ନିର୍ଧୁମ ।
ଦେହ କୁ ଦେହ ଜଡେଇ
ଶୋଇ ଥିବା ବାଜୁକୁ ଲଗେଇ
ନାଗ-ନାଗୁଣୀ ପରି ଗୋଡେଇ ତୋଡେଇ
କେବେ ସିଏ ଉପରେ
କେବେ ମୁଁ ଉପରେ-ତଳ ହୋଇ
ଗଡ଼ାଗତିରେ କୁଣ୍ଡାକୁଣ୍ଡିରେ
ଶରୀର ସୁଖ ସାଉଁଟୁ ଥିବି ଉଜାଣି ।
ଖର ନିଃଶ୍ୱାସରେ ନାକ ପୁଡ଼ା
ଫୁଲୁଥିବ ଧକ ଧକ
ପଡ଼ୁଥିବ ଥୋଡ଼ା ଥୋଡ଼ା
କଥା କିଛି ନ ଥିବ
ଛାତି ତଳେ ଖାଲି ରେଳଗାଡି ଧାଉଁଥିବ
ଓଠକୁ ଓଠ ଯୋଡିଥିବ
ଅମୃତ ରସାବଳି ପାନ ପରବ ଚାଲିଥିବ
ଆମ୍ବସଢ଼ା ।
ବାହୁ ଯୁଗଳ ପ୍ରସାରି ଥିବ
ଛାତି ତଳେ ମୁଣ୍ଡ ଗୁଞ୍ଜିଥିବ
ଚୁର୍ଣ୍ଣ କୁଣ୍ଡଳର ବାସ୍ନା ମହ ମହ
ଦେହ ଦେହଳୀର ପଦ୍ମଗନ୍ଧ ଅହରହ
ଧମନୀରେ କାମନା ବାସନାର
ନିଆଁ ଉସୁକେଇ ଥିବ
କୁଚ ଯୋଗଳ ଯେବେ
ହାତରେ ଧରିବ
ସତ କହୁଛି
ପୂରା ନରମ ନରମ ରସଗୋଲା ଭାଣ୍ଡ
ଖାଲି ମନ୍ଥନ କରି ଚାଲିବ
ମଳି ଦଳି ଅର୍ଦ୍ଦାଳି ଘାଣ୍ଟିବ
କୋରକିତ ମଧୁବନ ।
ଓଠ ବି ବ୍ୟସ୍ତ
ହାତ ଦି ଆହୁରି ବ୍ୟସ୍ତ
ଶୋଇଥିବା ଅସ୍ତ୍ର ଭଠିବ ଭିଡ଼ି
ଶତ ସିଂହର ବଳକୁ ଧରି ଯାବୋଡି
କମାଣ ପରାୟ ବଙ୍କା ଗାଣ୍ଡିବ
ଖାଲି ଫାୟାର କରୁଥିବ
ପଲଙ୍କ ଅରୁଥିବ
ଖୁସି ବରଷୁଥିବ କେଇ ବୁନ୍ଦା ତତଲା ତାଣ୍ଡବ ।
ଦିନ ଯାକର ଧାଁ ଧପଡ଼
କାକ ସ୍ନାନ ଗଧ ଭୋଜନକୁ ବି
ସମୟ ଅକୁଳାଣ ମାନୁନି ବନ୍ଧବାଡ
କାର୍ଯ୍ୟ ଅନେକ ଚିନ୍ତା ଅନଳ
ଖୋଲା ନିଃଶ୍ୱାସ ପାଇଁ ମିଳୁନି ସୁସ୍ଥ ଅନୀଳ
ରାତିରେ ଘଣ୍ଟାଏ ମିଳିଗଲେ
ବାହୁ ପାଂଶର ପରଶ
ସ୍ପର୍ଗସୁଖ କିସ ହେବ ଭାଇ
ଦାମ୍ପତ୍ଯ ଜୀବନ ପରା
ଏହି ଗ୍ରାହସ୍ୟ ଧର୍ମ ଧାରଣରେ
ଏହି ଧରା ଧରଣୀରେ
ରାତ୍ରିରେ ସହବାସ ହିଁ
ଋତୁଶ୍ରେଷ୍ଠ ମଧୁମାସ ଚାଷ ସଘନ ବାସ ।

