STORYMIRROR

Kalpana Kumari Pradhan

Tragedy

4  

Kalpana Kumari Pradhan

Tragedy

ନିଷ୍ପଦତା

ନିଷ୍ପଦତା

1 min
277

ଗୃହେ ଆଜି ବିରାଜଇ ଦୀର୍ଘ ନିଷ୍ପଦତା

ଗୁଞ୍ଜନ ହୁଅଇ ସଦା କେଇପଦ କଥା

   ତୁମେ ଗଲା ପରେ......।

ସ୍ପୃହା ନାହିଁ ହୃଦେ  କେଉଁ ଦରବ ରେ

ଅବିରତେଝରେ ନୀର ନୟନୁଁ ତୁମ  ସ୍ମୃତିରେ

   ତୁମେ ଗଲା ପରେ....... ।

ନିଃସହାୟ ବେଦନା କେତେ  ଯେ ଗହନ

ଚକ୍ଷୁ ଆଗେ ଭାସମାନ ବିଗତ ଜୀବନ

    ତୁମେ ଗଲା ପରେ.......।

ଥିବାଯାଏଁ ନବୁଝଇ କେହି ଦୁର୍ମୁଲ୍ୟ ସମ୍ପର୍କ

ଗଲାପରେ କିଛି ନାହିଁ କେବଳ ଲୋତକ

    ତୁମେ ଗଲା ପରେ.....।

ବାତୁଳ ମନ ସମୟଆଗେ କରୁଛି ଗୁହାରି

ରୋକିଥାନ୍ତୁ କ୍ଷଣେ  ତୋରଚକ ଯାନ୍ତି ଫେରି

    ତୁମେ ଗଲା ପରେ......।

ତ୍ରୁଟି ମାର୍ଜନା ଆଶେ କରୁ ଅଛି ଅଳି

କିଛି ମୁହୂର୍ତ୍ତେ ଆନନ୍ଦ ପାରିବ କି କଳି

  ତୁମେ ଗଲା ପରେ........।

ଅସମ୍ଭବ କଥା ଯେତେ ମନରେ ସଞ୍ଚରେ

ସମୟର ଅବିଶ୍ରାନ୍ତ ଗତି ଆଗେ  ହାରେ

   ତୁମେ ଗଲା ପରେ .......।

ନିସ୍ଵ କରି ଆମ୍ଭକୁ ଗଲଚାଲି  ସେପାରେ

ସ୍ନେହ ପରସ ତଵ ମନ ସଦା ଝୁରେ

  ତୁମେ ଗଲା ପରେ.....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy