Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna N.K. Behera

Tragedy Others

3  

Kabiratna N.K. Behera

Tragedy Others

ମା' ଓ ଶାଶୁ

ମା' ଓ ଶାଶୁ

1 min
149



ମା' ଓ ଶାଶୁ ଉଭୟେ ନମସ୍ୟା ପୂଜ୍ୟନୀୟା

ପୁଅ ବୋହୂ ଅବା ଝିଅ ଜ୍ବାଇଁମାନେ

ଲୋଡିଥାନ୍ତି ତାଙ୍କର ସ୍ନେହ ମମତା ସୁଦୟା

ଶୁଭକାମନ କରିନ୍ତି ସେମାନେ ସଦା

ଦେଇ ଆଶିଷ ରୂପରେ ଶାନ୍ତିର ଶୀତଳ ଛାୟା

ମା'ଟିଏ ପୁଅ ପାଶେ ମାଆ ବୋହୂ ପାଶେ ଶାଶୁ

ପୁଣି ଝିଅର ମାଆ ହୋଇ ଜ୍ଵାଇଁର ହୁଏ ଶାଶୁ

ଦୁଇ ରୂପ ଜଣକର ସଂସାରର ସଂପର୍କ ନେଇ

ତ୍ୟାଗ ଆଦର୍ଶରେ ଅତୁଳନୀୟା ତା' ତ୍ଯାଗ

ପୁଅ ବୋହୂ କି ଝିଅ ଜ୍ବାଇଁଙ୍କ ସୌଭାଗ୍ୟ ସେଇ

ହସ ଖୁସି ରହିଥାନ୍ତି ସେ ଅମୃତ ପାଇ

ମିଛ ମାୟାର ଦୁନିଆଁରେ ଆଜି ଦେଖାଯାଏ

ମାଆଟିଏ ବୋହୂ ପାଶେ ବିପରୀତ ହୁଏ

ଝିଅ ପାଇଁ ଜ୍ବାଇଁକୁ ଶାଶୁ ରୂପେ କୁମନ୍ତ୍ରଣା ଦିଏ

ସମାଜିକ ସଂପର୍କ ବହୁ ସ୍ଥାନେ ହୁଏ କଳୁଷିତ

ପରିବାର ଭାଙ୍ଗିଯାଏ ବିଶୃଙ୍ଖଳା ହୁଏ ବହୁତ

ସ୍ଵାର୍ଥରେ ହୋଇ ବଶବର୍ତ୍ତୀ କରନ୍ତି ଅନୁଚିତ

ପ୍ରଭାବରେ ତାର ଘଟିଚାଲେ ନାନା ଅହିତ

ମାଆ ରୂପେ ଦୟାମୟୀ ଶାଶୁ ରୂପରେ ଉଦଣ୍ଡି

ଏକ ଚରିତ୍ରର ଦୁଇଗୁଣ ସକରାତ୍ମକ ନକରାତ୍ମକ

କରୁଣାମୟୀ ଦେବୀ ପୁଣି ଉଗ୍ର ରୂପୀ ଚଣ୍ଡି

ମାନସିକତାରୁ ତା ବିକାର ହୁଏନା ଖଣ୍ଡି।

ମା ହୋଇ ହୁଏ ସର୍ବଂସହା ଶାଶୁ ଭାବେ ଊଣା

କେତେ ଘରେ କେତେ ପ୍ରକାର ଘଟେ ଘଟଣା

ମନ୍ଦିର ସମ ଘର ବି ପାଲଟିଯାଏ ଶ୍ମଶାନ

ଚିନ୍ତାଧାରାର ସଂକୀର୍ଣ୍ଣତା ରହିଥାଏ ରୁଗ୍ଣ

ବାହାନା ଛଳନା ମିଛ ଆଉ ପ୍ରତାରଣା

ପ୍ରବାହିତ ଜୀବନ ଧାରାକୁ କରିଦିଏ ବାଟବଣା

ଶାଶୁଟିଏ ଯଦି ମାଆ ଭଳି ହୁଅନ୍ତା ପ୍ରତିଘରେ

କଳହ ଅଶାନ୍ତି ନ ବ୍ୟାପନ୍ତା ପୁରେ ପୁରେ

ଗୋଟିଏ ହୃଦୟରେ ଥାନ୍ତା ଗୋଟିଏ ବିଚାର

କୁପ୍ରବାବ ପଡନ୍ତା ନାହିଁ କେବେ ତ ତାହାର

ଶାଶୁ ବୋହୂ ଚଳୁଥିଲେ ମାଆ ଝିଅ ପରି

ସାରା ସଂସାର ହସ ଖୁସି ଆନନ୍ଦରେ ଯାଏ ଭରି।


Rate this content
Log in