STORYMIRROR

Kishore Nayak

Tragedy

4  

Kishore Nayak

Tragedy

"ବିକାର "

"ବିକାର "

1 min
34

ମନର ମୂଳେ ଏ ଜଗତ 

ମନରୁ ବିକାରର ଜାତ ll

ବିକାର ରୋଗର କାରଣ 

ବ୍ୟାଧିକୁ କରେ ଆମନ୍ତ୍ରଣ ll

ବିକାର ନୀତି ଭ୍ରଷ୍ଟ କରେ 

ଜୀବନ ପରମାୟୁ ହରେ ll

ଆୟୁଷ ଥାଇ ପ୍ରାଣ ନାଶେ 

ଜୀବନ ମୃତ୍ୟୁକୁ ପ୍ରକାଶେ ll

ବିକାର ବିଷ ସମ ପ୍ରାୟ 

ଶରୀର ହାନିର ବଳୟ ll

ଏ ସତ୍ତା ବିଧାତାର ଦାନ 

ଦୁର୍ଲ୍ଲଭ ଅମୃତ ସମାନ ll

ବିକାର ଜୀବନ ବଇରୀ 

ସ୍ୱାସ୍ଥ୍ୟ ସମ୍ପଦ ନାଶକାରୀ ll

ବିକାର ବିକୃତ ଯେ କରେ 

କୁଦୋଷ କୁସଙ୍ଗକୁ ଧରେ ll

ଜୀବନୀ ଶକ୍ତି କରେ ନାଶ 

ଶରୀର ମଧ୍ୟେ ବୁଣେ ବିଷ ll

ଖେଳାଏ ରୋଗର ପ୍ରାବଲ୍ୟ 

ଦଂଶଇ ଯେହ୍ନେ ଶତ୍ରୁ ତୁଲ୍ୟ ll

ବିକାର ମୁକ୍ତ ହେଲେ ଜୀବ 

ଆରୋଗ୍ୟ ଶରୀର ଲଭିବ ll

ଲୋଭକୁ ଅଧୀନରେ ରଖି 

ସ୍ୱାସ୍ଥ୍ୟ ସମ୍ପଦେ ହେବ ସୁଖୀ ll

ବିକାର ମଣିଷର ଦୁଃଖ 

ରୋଗ ଆକ୍ରାନ୍ତେ ନାଶେ ସୁଖ ll

ବିକାର ନଛାଡ଼ିଣ ଯୋଗ 

ବ୍ୟାୟାମ ବଢାଇବ ରୋଗ ll

ବିକାର ମୁକ୍ତ ହେଲେ ମନ 

ନିରୋଗ ହୋଇବ ଜୀବନ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy