Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Manoj kumar Maharana

Romance Tragedy

4.2  

Manoj kumar Maharana

Romance Tragedy

ବର୍ଷା...

ବର୍ଷା...

1 min
13


ବର୍ଷା...


ସେ ସବୁଦିନ ଆସେନି,

କେବେ କେବେ ଆସେ !!

ତା' ପାଦ ମାଟିକୁ ଛୁଇଁଲେ

ବାସ୍ନା ମହକି ଯାଏ... ।

ମୁଁ ସହଜରେ ବାରି ନିଏ..

ସେ ମୋତେ ଅପେକ୍ଷା କରିଛି ବୋଲି,

ମାେ ଘର ସାମ୍ନାରେ... ।

ମୁଁ ଯାଏ...

ତା ପ୍ରେମର ଟୋପା ଟୋପା

ମଧୁର ଜଳରାଶିରେ

ତା' ସାଥେ ଭିଜିବାକୁ.... ।

କିନ୍ତୁ ଅଧାରେ....

ତାକୁ କେଜାଣି କ'ଣ ହୁଏ...

ମୁଁ କାଲି ଆସୁଛି କହି

ମୋତେ ଛାଡ଼ି ଚାଲିଯାଏ... ।

ଆଉ ମୁଁ ଓଦା ସରସର ହୋଇ

ଘରକୁ ଫେରେ....।

ମାେ ବୋଉ ରାଗି କି ମୋତେ ପଚାରେ...

"କ'ଣ ଆଜି ବି ବର୍ଷାରେ ଭିଜିଛୁ ???

 ତତେ ଜ୍ଵର ହେଲେ,

 କ'ଣ ସେ ବର୍ଷା ଆସି ଔଷଧ ଦେବ ??"

ମୁଁ କେମିତି ମୋ ବୋଉକୁ ଉତ୍ତର ଦିଅନ୍ତି ଯେ,

 "ଯେବେ ଯେବେ ମୋତେ ଜ୍ଵର ହୋଇଛି,

  ସେ ମାେ ପାଇଁ ମନ୍ଦିରରେ ଦୀପ ଜାଳି

  ଉପବାସ ରହିଛି ବୋଲି ।"

ମାେ ବୋଉ ପରା ଜାଣିନି...

ସେ ଗ୍ରୀଷ୍ମ ପରର 'ବର୍ଷା' ନୁହଁ

ମାେ ପ୍ରେମିକା 'ବର୍ଷା' ବୋଲି...।


Rate this content
Log in