ଅପହୃତ ଆଲୋକ
ଅପହୃତ ଆଲୋକ


ଆଜି କିଞ୍ଚିତ ଆଲୋକ ର ସ୍ପର୍ଶ ପାଇବା ପାଇଁ
ସହସ୍ର ଗହନ ଅନ୍ଧାର ରୁ ଉଠି ମୁଁ ଆସିଛି ଧାଇଁ,
ପୂର୍ଣ୍ଣିମା ର ଜହ୍ନ ଆଜି କରିଛି ମୋତେ ମନା,
ଝରାଇବନି ମୋ ପାଇଁ ତାର ମଧୁର ପ୍ରିତୀ ଜୋଛନା,
ଧାରା ଶ୍ରାବଣ ର ଜଳ ଟୋପେ ପାଇବା ପାଇଁ,
ତୃଷାର୍ତ ମରଭୁଇଁ ମୁ ଆସିଛି ପିପାସା ନେଇ ,
ସାଗର କୂଳେ ଆସି ପହଂଚିଲି ଜଳ କୁ ଖୋଜି
ବେଳାଭୂମି ରେ ମୋ ସତ୍ତା କେବେଠୁ ଯାଇଛି ହଜି
ମୋହଭଙ୍ଗ ହୁଏ ଆଜି ଶୂନ୍ୟତା ର ସ୍ପର୍ଶରେ,
ଆଜି ବି ଜଳେ ମୁଁ ଏଠି ଅତୀତ ର ଅଗ୍ନି ରେ ,