STORYMIRROR

Chittaranjan Nanda

Tragedy

3  

Chittaranjan Nanda

Tragedy

ତମେ ମୋର ସ୍ମୃତି

ତମେ ମୋର ସ୍ମୃତି

1 min
416

ତମେ ମୋର ସ୍ମୃତି ମୋ ପ୍ରେମର ପ୍ରତିମୂର୍ତ୍ତି ଥିଲ 

ତୁମ ଠାରେ ସବୁ ରାଗ ଓ ଅନୁରାଗ ମୋର 

ବିଚିତ୍ର ସେ ଅନୁଭବ ଅତୀତ ପ୍ରେମ ବନ୍ଧନର ନିଦ ତ 

ହଜିଛି ବିଚ୍ଛେଦେ ଝରା ଵସନ୍ତ ପ୍ରଣୟ ସପନର .


କେତେ ରୂପ କେତେ ସପନ କେତେ ରଙ୍ଗ ଭରି 

ଦେଇଥିଲ ତୁମେ ସେଇ ନୀଳ ନୟନରେ 

ଜୀବନରେ ଭରି ଦେଇଥିଲ ରଙ୍ଗୀନ ସୁନାର ସପନ 

ମୋର ଯୁବକ ବୟସର ସେ ଅନୁବନ୍ଧନରେ.


ଦୁରେଇ ଯାଇଛି ସେ ଫୁଲର ମହକ ଲାଗୁଛି ଯେପରି

କଡେଇ ଯାଇଛି ମହକର ବାଆ 

ମୋ ଆତ୍ମାର ମଧୁ ବସନ୍ତରେ ସେଇ ମଳୟ ବହୁନି ଓ

ଉଡୁନାହିଁ ଆଉ ଗେଣ୍ଡାଳିଆ.


ମୋହ ମୋର ଭାଙ୍ଗ ଯାଇଛି ଲାଗୁଛି ଜୀବନ ଯେପରି 

ଦେଖା ଦିଏ ଅଧା ଅଧା କ୍ଷୁଧାରେ 

ସେହି ଲାଜକୁଳି ହସ ହୋଇଛି ମାୟା ମରୀଚିକା ତୁମ

ବିନା ବିରହର ଦୀର୍ଘଶ୍ଵାସରେ.


ମନେ ପଡୁଛି ମୋର ବାଟ ଚାହିଁ ବସିଥାଏ ତାଳ ତମାଳର 

ତୋଟା ସେ ପାରିରେ ଶାଳବଣ ପାଖ ନଈ 

ତୁମ ବିରହରେ ତୋଳୁନି ସେ ଗୁଞ୍ଜନ ଗହଳିଆ ଲଟାର

 ଅବା ନଈ କୂଳର ସେହି ମାଦକତା ଆଉ ନାହିଁ.


ଖୋଜିଲେ କାହୁ ମିଳିବ ସେହି ମଧୁ ଚନ୍ଦ୍ରିକାର ମତୁଆଲି 

ମନ ଆଉ ସ୍ୱପ୍ନ ବିଳାସର ବର୍ଣ୍ଣିଳଧାରା 

ପ୍ରେମର ପଥ ସଦା କୁସୁମିତ ପୀରତିରେ ବଶ ଚରାଚର 

ବିଶ୍ୱ ପ୍ରେମ ପୂର୍ଣ୍ଣତାର ଭାବ ତ ନିଆରା.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy