STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଚାଷୀ ଓ ଜୱାଦ

ଚାଷୀ ଓ ଜୱାଦ

1 min
289

କୋହଲା ପାଗକୁ ଶୀତୁଆ ପବନ

ମଞ୍ଜ ଥରାଇ ଦେଉଛି

ତୁହା ତୁହା ବର୍ଷା ଝର୍କା ସେପାଖେ

ଜୱାଦ ସାଥିରେ ଆଣିଛି

ବେଢ଼ି ଉପରେ କୋରଡା

ଚାଷୀ ମୁଣ୍ଡରେ ହାତ ଦେଇ ବସିଛି

ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ 

ଅଣ୍ଟା ତାର ଭାଙ୍ଗି ଦେଉଛି।


କେତେ ଅଣ୍ଟା ସଳଖିବ

ନିର୍ଘାତ ପାହାର ଖାଉଛି

ପାଚିଲା ଧାନ କ୍ଷେତ ଆଖି ଆଗେ

କି ଛାରଖାର ହେଉଛି

ତା ହଂସା ଉଡି ଯାଉଛି

କେମିତି ବଞ୍ଚିବ ତା ପଖାଳ କଂସା

ବସିବା ଥାନରୁ କିଏ ନେଇ ଯାଉଛି।


ବର୍ଷକ ମେହେନତ ତାର

ଉଜୁଡି କେମିତି ଯାଉଛି

ଉଜୁଡା କ୍ଷେତ ହିଡ ପରେ

ଚାଷୀ ବାପୁଡା ମୁଣ୍ଡ କୋଡୁଛି

ହା ହା ବିଧାତା

ଏ କଣ କଲୁ କହୁଛି

କର୍ମକୁ ତାର ନିନ୍ଦୁଛି

ତାରି କପାଳେ ଯେତେ ସବୁ ଦୁଃଖ

ବିହି କିବା ସଜାଡି ରଖିଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy