ଚାଷୀ ଓ ଜୱାଦ
ଚାଷୀ ଓ ଜୱାଦ
କୋହଲା ପାଗକୁ ଶୀତୁଆ ପବନ
ମଞ୍ଜ ଥରାଇ ଦେଉଛି
ତୁହା ତୁହା ବର୍ଷା ଝର୍କା ସେପାଖେ
ଜୱାଦ ସାଥିରେ ଆଣିଛି
ବେଢ଼ି ଉପରେ କୋରଡା
ଚାଷୀ ମୁଣ୍ଡରେ ହାତ ଦେଇ ବସିଛି
ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ
ଅଣ୍ଟା ତାର ଭାଙ୍ଗି ଦେଉଛି।
କେତେ ଅଣ୍ଟା ସଳଖିବ
ନିର୍ଘାତ ପାହାର ଖାଉଛି
ପାଚିଲା ଧାନ କ୍ଷେତ ଆଖି ଆଗେ
କି ଛାରଖାର ହେଉଛି
ତା ହଂସା ଉଡି ଯାଉଛି
କେମିତି ବଞ୍ଚିବ ତା ପଖାଳ କଂସା
ବସିବା ଥାନରୁ କିଏ ନେଇ ଯାଉଛି।
ବର୍ଷକ ମେହେନତ ତାର
ଉଜୁଡି କେମିତି ଯାଉଛି
ଉଜୁଡା କ୍ଷେତ ହିଡ ପରେ
ଚାଷୀ ବାପୁଡା ମୁଣ୍ଡ କୋଡୁଛି
ହା ହା ବିଧାତା
ଏ କଣ କଲୁ କହୁଛି
କର୍ମକୁ ତାର ନିନ୍ଦୁଛି
ତାରି କପାଳେ ଯେତେ ସବୁ ଦୁଃଖ
ବିହି କିବା ସଜାଡି ରଖିଛି ।
