STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଜୀଇଁବାର ଶୋଷ

ଜୀଇଁବାର ଶୋଷ

1 min
268

ଅପ୍ରକଟିତ ଉଦବେଗ

ଉତ୍କଣ୍ଠା

ଅନୁରାଗର ସେ ଥିଲା

ଏକ ଅହେତୁକ ଆକର୍ଷଣ।


ତାକୁ ଦେଖିଲେ

ଆଖି ନଇଁ ପଡୁଥିଲା

କୁଳାଚାରିତ

ସାମାଜିକ ବିଧି ବିଧାନର

ନିଷ୍ଠୁର ଲକ୍ଷ୍ମଣ ଗାର

ପଛକୁ ଫେରେଇ ନେଉଥିଲା

ବ୍ୟକ୍ତିଗତ ଅନ୍ୱେଷା ଓ ଶ୍ରଦ୍ଧା।


ବିଶ୍ବାସ ଓ ଭରସା

ଆତ୍ମହତ୍ୟା କରୁଥିଲେ

ସଙ୍କଟ ସନ୍ତ୍ରାସ 

ଘନିଭୁତ ହେଉଥିଲା

ପୂର୍ଣ୍ଣ ହୃଦୟକୁ ଶୁନ୍ୟ କରି

ବିକାଶକୁ ବିନାଶ କରି

ସକାଳୁ ସଞ୍ଜ।


ଅପ୍ରତିହତ ସୋହାର୍ଦ୍ଧ

ଲଜ୍ୟାରେ ଅଵନମିତ

ଶସ୍ତା ନାମାର୍ଜନ

ରୁଗଣ ମାନସିକତା ପାଇଁ

ଭାଙ୍ଗି ପଡୁଛି ହୃଦୟ

ମରି ଯାଉଛି ଜୀଇଁବାର ଶୋଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy