ପ୍ରେମ ଓ ସ୍ମୃତି
ପ୍ରେମ ଓ ସ୍ମୃତି
କେମିତି ଖୋଜିବି ତୁମକୁ ଦିବା ଆଲୋକରେ ,
ଜୀବନ ମୋ ନିରୁଦ୍ଧିଷ୍ଟ କେଉଁ ଉଆଁସ ଅନ୍ଧକାରେ ।
ଇନ୍ଦ୍ରଧନୁ ସତେ ଆଙ୍କି କି ପାରିବି ବିଧୁର ତୁଳୀ ଧରି ,
ସ୍ନିଗ୍ଧ କିରଣ ଭେଟ ହେଇ ନାହିଁ ଆସିଯାଏ ପୁଣି ସର୍ଵରି ।
ନିଃସଙ୍ଗ ନିର୍ଜନ ଆଜି କାଇଁ ମୋର ଅତି ପ୍ରିୟ
ମୋ ଛାଇ କୁ ଦେଖି ଆଜି ଲାଗେ ଭାରି ଭୟ ।
ପ୍ରେମ ଓ ସମୟ ଯୁଦ୍ଧ ରେ ମୁ ଯେ ହେଲି ନିରପେକ୍ଷ
ଭାବପ୍ରବଣତା ,ଆବେକ କୋହ ସବୁ ମୋର ପ୍ରତିପକ୍ଷ।
ମୋ ଭଗ୍ନ ପ୍ରସ୍ତର ଦେହେ ତୁମେ ଗଢିଲ ଯେଉଁ ଚିତ୍ରକଳା
ମୋ ନିର୍ଜୀବ ଭାଗ୍ୟେ ଦେଲ ନିନ୍ଦା ଅପବାଦ ର ଜ୍ୱାଳା ।
ସେଦିନ ର ରାତ୍ରି ସବୁ ଥିଲା ନୀଳ ଜୋଛନାର
ତୁମର ଇପ୍ସିତ ଥିଲା କେଉଁ ଗୋପନ ଶୃଙ୍ଗାର ।
ମୁଁ ଇଛିଥିଲି ସ୍ୱପ୍ନରେ ଗଢିବାକୁ ଛୋଟ ଏକ କୁଟୀର
ତମେ ନିମଗ୍ନ ତମ ଗଳ୍ପ ରେ ଭାଙ୍ଗିଦେଲ ପ୍ରୀତି ପ୍ରାଚୀର ।
କେତେ ଶତାବ୍ଦୀ ତୁମ ବିତିଗଲା ଶବ୍ଦହୀନ ଗଳ୍ପମାନ ଲେଖି ,
ସେ ଭଗ୍ନ କୁଟୀରେ ବସାବାନ୍ଧି ପୁଣି ନିଚିହ୍ନ କେତେ ସହସ୍ର ପକ୍ଷୀ
ଆଉ ନାହିଁ ଶକ୍ତି ଯୋଡିବାକୁ ସେ ଭଗ୍ନ କୁଟୀର ଗଢିବାକୁ ସ୍ବପ୍ନ
ସମୟ ର ପ୍ରହାରେ ବିଲୁପ୍ତ ଆଜି ତୁମେ ,ସାଥୀ ମୋର ନିର୍ଜନ ।
ମୋ ଅଙ୍ଗ ଧାରେ ଯେତେ ସବୁ ଅଛି ଅପବାଦ ର ଚିହ୍ନ
ତାକୁ ବି ଲିଭେଇ ଦେବ ଯେ ସମୟ କରିଦେବ ଦିନେ ନିଶ୍ଚିହ୍ନ ।
ପୁଣି ସହସ୍ର ବର୍ଷ ଅତିକ୍ରାନ୍ତେ ନିଷ୍କଳଙ୍କ ପ୍ରସ୍ତର ସାଜି ଆସିବି
ତୁମ ଶିଳ୍ପୀ ହସ୍ତେ ଚାରୁ ଚିତ୍ର ଅଙ୍କାଇ କଳଙ୍କିତ ନିଶ୍ଚେ ହେବି ।

