STORYMIRROR

Basanti Pattnaik

Abstract Tragedy

3  

Basanti Pattnaik

Abstract Tragedy

ମାନସିକତା

ମାନସିକତା

1 min
373


     କେହି ରହି ନାହିଁ ରହିବେ ନାହିଁ ଟି

               ଏ ସଂସାର ରେ

     ଗୋଟିଏ ପରେ ଗୋଟେ ବିଦାୟ ନେବେ

                ସମୟର ଶ୍ରୋତରେ ।

      ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ବସି ବସି ଭାବେ ଏ ଦୁନିଆ ଟା

                 କେଡେ ସ୍ୱାର୍ଥପର

       ସ୍ବାର୍ଥରେ ଯଦି ଟିକେ ଆଞ୍ଚ ଆସେ

                ନିଜ ହୋଇଯାଏ ପର ।

      କାମୁକ ପୁରୁଷ କେବେ

                 ହୋଇ ନାହିଁ କାହାର

      ନିଜ ଗୃହିଣୀ କୁ ହତାଦର କରି

                   ସାଜିଥାଏ ବୁଲା କୁକୁର।

      ପ୍ରତାରକ ସାଜି କାମୁକ ପୁରୁଷ

                   କାମନା ଅଗ୍ନି ରେ ଜଳେ

     ଜଳି ଜଳି ଯେବେ ଅଙ୍ଗାର ସାଜେ

                 ପଶ୍ଚାତାପରେ ଝୁରେ

     ନାରୀ ଆଇନି ନାରୀ ସୁରକ୍ଷା

                  ନାରୀ ସଶକ୍ତି ବାଜାବାଜୁଛି ।

     ନାରୀ କଣ ପାଇଁ ବଧୂ ବେଶରେ

                 ରାଜ ରାସ୍ତାରେ ବସୁଛି

     ବିବାହ ର ଧ୍ଵଜା 

             ରାଜ ରାସ୍ତାରେ ଉଡୁଛି

      ପୁଅଟି ପତ୍ନୀ କୁ ହତାଦର କରି

             ଅନ୍ୟ ନାରୀ ଟିଏ ଖୋଜୁଛି ।

      ବିବାହ ଏବେ ଖେଳଘର

              ପରି ଭାଙ୍ଗୁଛି

     ଆମ ସଭ୍ୟତା ସଂସ୍କୃତି

              କୁଆଡିକୁ ଗତି କରୁଛି??               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract