Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Tragedy

4.8  

Kalpana Kumari Pradhan

Tragedy

ଜନ୍ମଦାତ୍ରୀ

ଜନ୍ମଦାତ୍ରୀ

1 min
423


ଜନ୍ମଦାତ୍ରୀ ଆଜି ରୋଦନ କରଇ

  ଘୋର ଅରଣ୍ୟରେ କେବେ ପୁଣି ପଥ ଧାରେ l

କେତେ ଆନନ୍ଦରେ ଗର୍ଭେ ଧରଇ

  ପାଳି ପୋଷି ବଡ଼ କରିଥିଲା ଯତନରେ l


ଭୋକ ଶୋଷ ସବୁ ଭୁଲି ଯିଏ

  ଖୁସି ରେ ପୁରାଏ ତୋର ଉଦର l

ଆଖିରୁ ଲୁହ ଝରିଗଲେ ତୋର

    ଛାତି ରୁ ଝରେ ତା ରୁଧିର l


ସେହି ଜନ୍ମଦାତ୍ରୀ ବିକଳେ ଛାଡ଼ୁଛିଡ଼ାକ

  ନଦେଉ ଉତ୍ତର ସତେକି ପାଷାଣ ପରି l

ଧନ ଯୌବନ ନେଇ କରୁ ଅଭିମାନ

  ମାଆ ମମତା ସଙ୍ଗେ ହୋବନାହିଁ କେ ସରି l


ସମୟର ଚକ ଘୁରୁଅଛି ଚକ୍ରାକାର

  ବେଳ ଥାଉଁ ତୁହି କର୍ମକୁ ସଂଯତ କର l

ଦୁଃଖ ତ ହୋଇବ ଚିର ସହଚର

  କେହି ନଥିବେ ପୋଛିବାକୁ ଲୁହ ତୋର l



Rate this content
Log in

Similar oriya poem from Tragedy