STORYMIRROR

Satyabati Swain

Tragedy

3  

Satyabati Swain

Tragedy

ବାହୁନା

ବାହୁନା

1 min
282

ଅଣ୍ଡାଳୁଛି

ତା ଶେଜ

ଥରିଲା ହାତରେ

ଛାତି ତଳେ ଜାବୁଡି ଧରିଛି

ତା ବାଇଆ ଧନର

ଚିରା ପ୍ୟାଣ୍ଟ ସାର୍ଟ

ଅତଡା ଖାଉଛି

ମମତାର ନଈ ବନ୍ଧ।


ଅଠା ଅଠା ପାଟିରୁ

ବାହୁନା ଶୁଭୁଛି

କଇଁ ସହ ବୁକୁ ଫଟେଇ

ବାହାରି ଆସୁଛି

ମୋ ବାଇଆ ରଜାରେ ।


ଅଶିତିତମ ବୟସ

ନାତି ,ସ୍ୱାମୀ ପରେ ପରେ

ଏଇ ଏଇ ଗଂଜୋଡ ପୁଅ ତାର

ଖଅଁ ଖଅଁ ବେମାରୀରୁ

ମୁକ୍ତି ପାଇଛି

ଶୁନ୍ୟ କରି କୋଳ

ଏବଂ

ମମତାର କୁଡ଼ିଆ।


ତା ବାହୁନାରେ

ଲୁହ ଯେତିକି

ଲହୁ ସେତିକି

ଦରାଣ୍ଡୁଛି ଧୂଳି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy