STORYMIRROR

Aparti Charan Sethi

Tragedy

3  

Aparti Charan Sethi

Tragedy

ଆତ୍ମ-ସତ୍ତାର ସନ୍ଧାନେ

ଆତ୍ମ-ସତ୍ତାର ସନ୍ଧାନେ

1 min
347

ଅନିଶ୍ଚିତତା ଆଉ ବିଶ୍ଵାସର 

ଫେଣ୍ଟାଫେଣ୍ଟି ଚଳଣିରେ,

ପ୍ରଚଳିତ ପ୍ରଥା ଓ ପରମ୍ପରାଗୁଡା,

ଦ୍ଵାହୀ ଦେଉଛନ୍ତି ସଂସ୍କୃତି ନାଆଁରେ

ବାରମ୍ବାର ଏଠି ବାରମ୍ବାର।

ସେ ହେଉ ଆତ୍ମସତ୍ତାର

ଅନ୍ତେଷ୍ଟି କ୍ରୀୟା କି କିଛି ଯିଦିଧରା

ବିଶ୍ଵାସର ସନ୍ତୁଷ୍ଟି କରଣ

ଏନ୍ତୁଡିରୁ ଷଠିଘର ,

କିମ୍ବା ହେଉ ମଶାଣୀ ପୁର।

କଟକଣା, ଛୁଆଁ ଛୁତ

ବାରଣ ଭିତରେ ଅନେକ

କିଛି ଉପକରଣ ଓ ଅନୁଭୂତି ଗୁଡା

ଅନୁସନ୍ଧିତ୍ସୁ ମନ ଭିତରେ ଜମାଟ

ବାନ୍ଧୁଛନ୍ତି ସତେ

ଖ‌ଇକ‌ଉଡିର ଖେଳ ଭିତରେ

କେତେବେଳେ ବାହାଘର ଆଉ

କେତେବେଳେ ସ୍ଵର୍ଗଦ୍ଵାର।

ଜୀବଜନ୍ମ ଆଉ ଇହଲୀଳା ସମ୍ବରଣ, 

ନିର୍ଦ୍ଧାରିତ ସମୟର ମୂଲ୍ୟାଙ୍କନ,

ତିଥି ନକ୍ଷତ୍ରର ଚଳନ ଆକଳନ

ଭଲ ମନ୍ଦ ବିଚାରବୋଧର,

କେତେ ଦୂର ଠିକ୍ କି ବେଠିକ୍

ତାହା ମଧ୍ୟ କରାଯିବା କଥା 

ଉଚିତ୍ ବିଶ୍ଳେଷଣ।

ଏମିତି ବି ଘଟଣା ଅନେକ,

ଆଇ ସି ୟୁ କୋଠରୀ ଭିତରେ

କିଏ ମରେ କେତେବେଳେ  

ଥାଏ କି ଠିକଣା

ସମୟ ନିର୍ଦ୍ଧାରଣ

କେଉଁ ତିଥି ବାର ନକ୍ଷତ୍ରର

ଚଳନ କେଉଁଠି,

କିଏ ବା କହିବ ସେ କଥା

ମୃତ ପିଣ୍ଡ ଠାରୁ ଗ୍ଯାପ୍ ପୁଣି

କିଡିନ୍ ,ହାଆର୍ଟ,ଲିଭର ଇତ୍ୟାଦି।

ସତେ ଯେମିତି ବୁଢିଆଣୀର 

ମାୟାଜାଲ ସେ ଅଡ଼ୁଆ ସୂତା

ପୁଣି ଭିନ୍ନ ଭିନ୍ନ ସଂସ୍କାର ସଂସ୍କୃତି ,

ସଂସାରରେ ଏଠି ସେଠି ସବୁଠି,

ସହରରେ ନାହିଁ ଗାଁ ମତ। 

ଖାଲି କେତୋଟି ବିଧିବିଧାନକୁ ନେଇ

କଷା,ପିତା,କଟା,ବଟା 

ଖାଦ୍ୟ କଟକଣା।

ଶୁଦ୍ଧି ପାଇଁ କେତୋଟି ତାଗିଦ୍

ତିକତ ଆହାର ,

ଦଶ,ଏକାଦଶ,ଦ୍ଵାଦଶ କର୍ମାଣୀ

ସବୁ କିନ୍ତୁ ସିଦ୍ଧ ଏଠି ତୁଳସୀ ନିର୍ମାଲ୍ୟ

ଆଉ ମହାପ୍ରସାଦରେ

ତଥାପି ସମସ୍ତେ ବାୟା ଆତ୍ମ-ସତ୍ତାର ସନ୍ଧାନେ ।


Rate this content
Log in

Similar oriya poem from Tragedy