STORYMIRROR

SACHALA GURU

Tragedy Inspirational Others

3  

SACHALA GURU

Tragedy Inspirational Others

ବୋଝ

ବୋଝ

1 min
216

ପୂର୍ବରୁ ଲୋକଙ୍କ ଧାରଣା ରହିଛି

କନ୍ୟା ତାଙ୍କ ପାଇଁ ବୋଝ

ବୋଝ ନୁହେଁ ଝିଅ ଜୀବନର ଖିଅ

ସୃଷ୍ଟି ମୂଳ ପିଣ୍ଡ ସଜ ||

ଗରିବ ଲୋକଙ୍କ ଭାବନା ତାଙ୍କର

ଦୁହିତା ଜନ୍ମିଲେ ଦୁଃଖ

ଦୁଃଖ ସିଏ ନୁହେଁ ଅପୂର୍ବ ସୁଖିନୀ

ବିଶ୍ୱକୁ ଦିଏ ସେ ସୁଖ ||

ଅଭାବୀ ପିତାର ଦୁଃଖିନୀ କନ୍ୟାର

ଅର୍ଥର ଅଭାବ ସିନା

ସେହି ଝିଅ ଅଟେ ସାରା ବିଶ୍ୱ ପାଇଁ

ପ୍ରକୃତ ସୃଷ୍ଟି ଆଇନା ||

ଆଗକାଳ ଲୋକେ ମନରେ ପୁଲକ

କନ୍ୟା ଜନ୍ମ ଅଭିଶାପ

ଯଉତୁକ ଭାର ପଡିବ ବୋଲିଣ

ଝିଅ ପାଇଁ ଅନୁତାପ ||

ଯେଉଁ ଦୁହିତାକୁ ବୋଝ ବୋଲି ଭାବି

ହୀନମନ୍ୟତା କରିଲା

ବର୍ତ୍ତ ମାନ ଯୁଗେ ସେହି ଝିଅ ଆଜି

ଶ୍ରେଷ୍ଠ ଅଗ୍ରଣୀ ହୋଇଲା ||

ଏହି ପରି କେତେ ନିରୀହ ଝିଅଙ୍କ

ଜୀବନ ଗଲାଣି ଚାଲି

ବନ୍ଧ୍ୟା ନାରୀ ମନ ହୁଅଇ ଉଚ୍ଛନ 

ମୋ କୋଳେ ଆସନ୍ତା ବୋଲି ||

ବର୍ତ୍ତ ମାନ ଯୁଗେ କନ୍ୟାର ଆଦର

ପୁତ୍ର ସଙ୍ଗେ ସମତୁଲ

ପୁଅ ଯା କରିଲା ଝିଅ ଦେଖାଇଲା

ପୁତ୍ର ଠୁ ଅମୁଲ ମୂଲ ||

ମାତା ଚିନ୍ତା କରେ ରକ୍ଷା ପାଇଁ

କୋଳରେ ହେଉ ନନ୍ଦନ

ଵୃଦ୍ଧା ଅବସ୍ଥା ରେ ପଚାରିଲା ନାହିଁ

ଦୁହିତା କରେ ଯତନ ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Tragedy