ବୋଝ
ବୋଝ


ପୂର୍ବରୁ ଲୋକଙ୍କ ଧାରଣା ରହିଛି
କନ୍ୟା ତାଙ୍କ ପାଇଁ ବୋଝ
ବୋଝ ନୁହେଁ ଝିଅ ଜୀବନର ଖିଅ
ସୃଷ୍ଟି ମୂଳ ପିଣ୍ଡ ସଜ ||
ଗରିବ ଲୋକଙ୍କ ଭାବନା ତାଙ୍କର
ଦୁହିତା ଜନ୍ମିଲେ ଦୁଃଖ
ଦୁଃଖ ସିଏ ନୁହେଁ ଅପୂର୍ବ ସୁଖିନୀ
ବିଶ୍ୱକୁ ଦିଏ ସେ ସୁଖ ||
ଅଭାବୀ ପିତାର ଦୁଃଖିନୀ କନ୍ୟାର
ଅର୍ଥର ଅଭାବ ସିନା
ସେହି ଝିଅ ଅଟେ ସାରା ବିଶ୍ୱ ପାଇଁ
ପ୍ରକୃତ ସୃଷ୍ଟି ଆଇନା ||
ଆଗକାଳ ଲୋକେ ମନରେ ପୁଲକ
କନ୍ୟା ଜନ୍ମ ଅଭିଶାପ
ଯଉତୁକ ଭାର ପଡିବ ବୋଲିଣ
ଝିଅ ପାଇଁ ଅନୁତାପ ||
ଯେଉଁ ଦୁହିତାକୁ ବୋଝ ବୋଲି ଭାବି
ହୀନମନ୍ୟତା କରିଲା
ବର୍ତ୍ତ ମାନ ଯୁଗେ ସେହି ଝିଅ ଆଜି
ଶ୍ରେଷ୍ଠ ଅଗ୍ରଣୀ ହୋଇଲା ||
ଏହି ପରି କେତେ ନିରୀହ ଝିଅଙ୍କ
ଜୀବନ ଗଲାଣି ଚାଲି
ବନ୍ଧ୍ୟା ନାରୀ ମନ ହୁଅଇ ଉଚ୍ଛନ
ମୋ କୋଳେ ଆସନ୍ତା ବୋଲି ||
ବର୍ତ୍ତ ମାନ ଯୁଗେ କନ୍ୟାର ଆଦର
ପୁତ୍ର ସଙ୍ଗେ ସମତୁଲ
ପୁଅ ଯା କରିଲା ଝିଅ ଦେଖାଇଲା
ପୁତ୍ର ଠୁ ଅମୁଲ ମୂଲ ||
ମାତା ଚିନ୍ତା କରେ ରକ୍ଷା ପାଇଁ
କୋଳରେ ହେଉ ନନ୍ଦନ
ଵୃଦ୍ଧା ଅବସ୍ଥା ରେ ପଚାରିଲା ନାହିଁ
ଦୁହିତା କରେ ଯତନ ||