ପଳାଶ କୁସୁମ ଆଖିରେ ଲୁହ
ପଳାଶ କୁସୁମ ଆଖିରେ ଲୁହ
ପଳାଶ କୁସୁମ ମୁଁ ପ୍ରଭୁ ଏତେ
ସୁନ୍ଦର ରୂପ ଦେଲ ମତେ
ହେଲେ ବାସ ଟିକେ ଦେଲ ନାହିଁ।
ସୁନ୍ଦର ରୂପରେ ବାଟବଣା ହେଇ
କେହି ପଥିକ ଆସିଲେ
ବାସହୀନ ବୋଲି ଫିଙ୍ଗିଚାଲିଯାଏ
ମୋ ଆଖିରେ ଧlରେ ଲୁହ ଦେଇଯାଏ ।
ପ୍ରଭୁ ତୁମେ ମତେ ଯେମିତି ତିଆରି କରିଛ ମୋର ବା
ଏଥିରେ ଦୋଷ କଣ ?
ପ୍ରଭୁ ହସିଲେ ମୁରୁକି ମୁରୁକି
ଗୋଟିଏ ଚାନ୍ଦରେ ଯେଉଁ ଶୋଭା
ପୁରା ତାରାଗଣ ହେବେନି ତା ସମ
ତୁ ପରl ଶିବରାତ୍ରି ଦିନ ଶିଵଙ୍କ
ମଥାରେ ଶୋଭା ପାଉ
ବ୍ରତଉପୟୋନରେ ତତେ ଖୋଜା ପଡେ l
ଲୁହ ଟିକେ ପୋଛି ପଳାଶ ଦେଲା ହସି
ମୋ ପ୍ରଭୁଙ୍କ ଖୁସି ରେ ମୁଁ ବି
ଖୁସି ।
ଆଜିଠୁ ପଳାଶ ହସିବ ସଭିଙ୍କ ଖୁସିରେ ।
