STORYMIRROR

Reeta aparajeeta Mohanty

Tragedy

3  

Reeta aparajeeta Mohanty

Tragedy

ପଳାଶ କୁସୁମ ଆଖିରେ ଲୁହ

ପଳାଶ କୁସୁମ ଆଖିରେ ଲୁହ

1 min
294

ପଳାଶ କୁସୁମ ମୁଁ ପ୍ରଭୁ ଏତେ 

ସୁନ୍ଦର ରୂପ ଦେଲ ମତେ

ହେଲେ ବାସ ଟିକେ ଦେଲ ନାହିଁ।


ସୁନ୍ଦର ରୂପରେ ବାଟବଣା ହେଇ 

କେହି ପଥିକ ଆସିଲେ 

ବାସହୀନ ବୋଲି ଫିଙ୍ଗିଚାଲିଯାଏ

ମୋ ଆଖିରେ ଧlରେ ଲୁହ ଦେଇଯାଏ ।


ପ୍ରଭୁ ତୁମେ ମତେ ଯେମିତି ତିଆରି କରିଛ ମୋର ବା 

ଏଥିରେ ଦୋଷ କଣ ?

ପ୍ରଭୁ ହସିଲେ ମୁରୁକି ମୁରୁକି

ଗୋଟିଏ ଚାନ୍ଦରେ ଯେଉଁ ଶୋଭା

ପୁରା ତାରାଗଣ ହେବେନି ତା ସମ

ତୁ ପରl ଶିବରାତ୍ରି ଦିନ ଶିଵଙ୍କ 

ମଥାରେ ଶୋଭା ପାଉ

ବ୍ରତଉପୟୋନରେ ତତେ ଖୋଜା ପଡେ l


ଲୁହ ଟିକେ ପୋଛି ପଳାଶ ଦେଲା ହସି

ମୋ ପ୍ରଭୁଙ୍କ ଖୁସି ରେ ମୁଁ ବି 

ଖୁସି ।

ଆଜିଠୁ ପଳାଶ ହସିବ ସଭିଙ୍କ ଖୁସିରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy