STORYMIRROR

Prafulla Kumar Tripathy

Tragedy

3  

Prafulla Kumar Tripathy

Tragedy

ତୁମେ ଦେଖାଦିଅ

ତୁମେ ଦେଖାଦିଅ

1 min
215

ହେ କାଳିଆ ଠାକୁର

କେତେ ଦିିନ ଭକ୍ତକୁ ନିରାଶ କରିବ

ତୁମ ଟିିକିଏ ଦର୍ଶନ ପାଇଁ

ସାରା ବିଶ୍ୱ ଚାହିଁ ରହିଛି 

ସୂର୍ଯ୍ୟ ଆକାଶରେ ତାରା

ଫୁଟିବା ଆଗରୁ

ତୁମ ରୂପ ପୁଣିି ଝଲସିି ଉଠିବ ାାାା

ହରିବୋଲ ସଂକୀର୍ତ୍ତନ ହୁୁଳହୁଳିରେ

ସାରା ବଡଦାଣ୍ତ ଉଛୁଳିି ପଡିବ ାାା

ମଙ୍ଗଳ ଆଳତିର ଧୂନିରେ

ପଣ୍ତା ପଢିଆଳିିଙ୍କ ମେଳରେ

ବାଇଶି ପାହାଚ ପୁଣି

ଗହଳ ଚହଳ ଲାଗିରହିବ ା

ରତ୍ନବେଦୀରେ ଭାଇ,ଭଉଣୀଙ୍କ ମେଳେ

ଭକ୍ତଙ୍କୁ ଦର୍ଶନ ଦେବ ାାାା

ଅବଢା ଅନ୍ନରେ

ତୁମ ଆନନ୍ଦ ବଜାର

ପୁଣି ଚଳ ଚଞ୍ଚଳ ହେବ ା

କୋଟି କୋଟି ଭକ୍ତ

ତୁମ ଅବଢା ପାଇ

ଧନ୍ୟ ହୋଇଯିବେ ପ୍ରଭୁୁ ା

ସାରା ବିଶ୍ୱରୁୁ କୋରନା ଦୂରେଇ ଯିବ

ତୁମର ଟିକିଏ ଦର୍ଶନ ପାଇ

କୋଟି କୋଟି ଭକ୍ତଙ୍କ

ପ୍ରାଣରେ ସଞ୍ଚାର ଜାଗ୍ରତ ହେବ ା

ସବୁଥିରୁ ବଞ୍ଚିିତ କରିି

ତୁମ ଯଶବାନା

ଆଉ କାହାକୁ ଦେବ ପ୍ରଭୁ

ଏ ଭକ୍ତର ଲୁହ ଭରା ଡାକକୁ

ପ୍ରଭୁ ଥରେ ମାତ୍ର ଦେଖା ଦିଅ

ତୁମେ ପ୍ରଭୁ........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy