STORYMIRROR

rasmi maye pati

Tragedy

3  

rasmi maye pati

Tragedy

ଶୁଖିଲା ପତ୍ର

ଶୁଖିଲା ପତ୍ର

1 min
269


ଦୁର୍ବଳ ଵୃନ୍ତ ରେ ଶୁଖିଲା ପତ୍ର ଟି

  ଡେମ୍ଫ ହୋଇଯାଏ ଢି ଲା

ଶରତ ବସନ୍ତ ସବୁ ସରି ଗଲା

  ପୂର୍ଣ୍ଣଚ୍ଛେଦ ପାଖ ହେଲା।

କେତେ ଲମ୍ବା ରାସ୍ତା କଲା ଅତିକ୍ରାନ୍ତ

  ପଥ ଆଜି ସରିଗଲା

ବ୍ରୁନ୍ତ ରୁ ଝରିବ ଶୁଖିଲା ପତ୍ର ଟି

  କାଳ ରାତ୍ରୀ ପାଖ ହେଲା।

ନବ ବଧୁ ପରି ଝଟକୁ ଥିଲା ସେ।  

  ଭାବିଲେ ଲାଗୁଚି କଷ୍ଟ

ଶିରୀ ହଜିଗଲା ଲିଭି ଲା ସିନ୍ଦୂର

  ଆସିଲା ଦାରୁଣ ଦୁଃଖ।

କେତେ ବିହଙ୍ଗ ର ମଧୁର କାକଳି

  ହସିଲା ସାରା ଯୌବନ

ଆଡ ନୟନ ରେ ନ ଦେଖନ୍ତି କେହି

  ଏ ତ ସଂସାର ନିୟମ।

ସବୁ ଦେହ ହେବ ତରୁ ପଲ୍ଲବିତ 

ସୁଖ ଐଶର୍ଯ୍ୟ ଭୁଞ୍ଜିବ

ରାସ୍ତା ସରିଗଲେ ଶୁଖିଲା ପତ୍ର ର

  ସାଙ୍ଗରେ ସମାନ ହେବ।

ଵୄନ୍ତ ରୁ ଝରି ଵ ମାଟି ରେ ମିଶିବ

   ସଂସାରୁ ନେବ ବିଦାୟ

ସ୍ରଷ୍ଟା ଙ୍କ ନିର୍ଦ୍ଦେଶ ନୁହେଁ ଉଲଂଘନ

  ଆମେ ତ ନିମିତ୍ତ ମାତ୍ର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy