ଛିନ୍ନ ବୀଣାର ସ୍ୱର
ଛିନ୍ନ ବୀଣାର ସ୍ୱର


ଯାଉଛି ମୁଁ" ଛାଡି
ଏଇ ଘର ବାଡି
କେଉଁ ଅଜଣା ଦେଶକୁ
ଗଲେ ଜୀବ ଯାଉ
ଫେରିିିବିନି ଆଉ
କେବେ ତୁୁୁମ ଅଗଣାକୁ ।
ଜାଳିିବିନି କେବେ
ସଞ୍ଜବତୀ ଭବେ
ବସି ଚଉରା ମୂଳରେ
ମାଗିିିବିନି କିଛି
ମଙ୍ଗଳ ମନାସି
ଓଢଣା ଟାଣି ମୁୁଣ୍ଡରେ ।
ବାତାୟନ ପାଶେ
ଅନାଇ ଆକାଶେ
ଜଗିବିନି ଦିନେ ବାଟ
ଲୁହର ଦିପାଳୀ
ପାରିିିବିନି ଜାଳି
ପୁରିଗଲେ ଯାଉ ଘଟ ।