STORYMIRROR

Sabita Sukla

Tragedy Inspirational Others

3  

Sabita Sukla

Tragedy Inspirational Others

ଲୁହ

ଲୁହ

1 min
251


ଲୁହରେ ଭିଜୁଛି ମୋ ଦୁଇ ନୟନ 

ପ୍ରଭୁ ତୁମ କଥା ଭାବି,

ଲୁହରେ ଭିଜିଲେ ମୋ ଦୁଇ ନୟନ 

ଦେଖୁଥାଏ ତୁମ ଛବି।1।


ସୁଖରେ ଦୁଖରେ ଏବେନି କାର୍ଯ୍ୟରେ

ଲୁହ ଝରଇ ନୟନୁ,

ଲୁହ ବିନା କାହିଁ ଜୀବନ କାହାର

ଲଭିଛି ସୁନ୍ଦର ତନୁ।2।


ଜନମରେ ଲୁହ ମରଣରେ ଲୁହ

ଲୁହ ବିନା କାହିଁ ଦେହ,

ଲୁହ ଆଣିଦିଏ ଜୀବନେ ସୁଧାର

ତାବିନା ଅଛି କେ କୁହ।3।


ବେନି ଲୁହ ବେନି ନାମ ବହିଛନ୍ତି

ଦୁଃଖେ ଅଶ୍ରୁ ଆନନ୍ଦାଶ୍ରୁ,

ଲୁହ ଆନନ୍ଦରେ ଆସଇ ନେତ୍ର ରେ 

ଅଜାଣତେ ହସୁ ହସୁ।4।


ଲୁହ ଲୁହ ଲୁହ ତୁମେ ସତ କୁହ

କିପରି ତୁମର ସ୍ଥିତି,

ଲୁହ ବିନା କାହିଁ ଏ ସଂସାରେ ନାହିଁ

ସୁଖ ଅବା ଦୁଃଖ ପ୍ରାପ୍ତି।5।





Rate this content
Log in

Similar oriya poem from Tragedy