STORYMIRROR

Sabita Sukla

Tragedy Inspirational Others

3  

Sabita Sukla

Tragedy Inspirational Others

ଲୁହ

ଲୁହ

1 min
258


ଲୁହରେ ଭିଜୁଛି ମୋ ଦୁଇ ନୟନ 

ପ୍ରଭୁ ତୁମ କଥା ଭାବି,

ଲୁହରେ ଭିଜିଲେ ମୋ ଦୁଇ ନୟନ 

ଦେଖୁଥାଏ ତୁମ ଛବି।1।


ସୁଖରେ ଦୁଖରେ ଏବେନି କାର୍ଯ୍ୟରେ

ଲୁହ ଝରଇ ନୟନୁ,

ଲୁହ ବିନା କାହିଁ ଜୀବନ କାହାର

ଲଭିଛି ସୁନ୍ଦର ତନୁ।2।


ଜନମରେ ଲୁହ ମରଣରେ ଲୁହ

ଲୁହ ବିନା କାହିଁ ଦେହ,

ଲୁହ ଆଣିଦିଏ ଜୀବନେ ସୁଧାର

ତାବିନା ଅଛି କେ କୁହ।3।


ବେନି ଲୁହ ବେନି ନାମ ବହିଛନ୍ତି

ଦୁଃଖେ ଅଶ୍ରୁ ଆନନ୍ଦାଶ୍ରୁ,

ଲୁହ ଆନନ୍ଦରେ ଆସଇ ନେତ୍ର ରେ 

ଅଜାଣତେ ହସୁ ହସୁ।4।


ଲୁହ ଲୁହ ଲୁହ ତୁମେ ସତ କୁହ

କିପରି ତୁମର ସ୍ଥିତି,

ଲୁହ ବିନା କାହିଁ ଏ ସଂସାରେ ନାହିଁ

ସୁଖ ଅବା ଦୁଃଖ ପ୍ରାପ୍ତି।5।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sabita Sukla

ଆକାଶ

ଆକାଶ

1 min ପଢ଼ନ୍ତୁ

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ଦେହ

ଦେହ

1 min ପଢ଼ନ୍ତୁ

Similar oriya poem from Tragedy