STORYMIRROR

Amit Bal

Tragedy Classics Inspirational

3  

Amit Bal

Tragedy Classics Inspirational

ଗାଥା କବିତା

ଗାଥା କବିତା

1 min
296

ପିତୃସତ୍ୟ ପାଳି ବୁଲୁଥିଲେ ବନେ ବନେ

      ଯେବେ ଶ୍ରୀରାମ ଲକ୍ଷ୍ମଣ ସାଥେ ସୀତା ମାତା

ଖୋଜି ଖୋଜି ଯାଇଣ ପହଞ୍ଚିଲେ ଭରତ

       ସାଥିରେ ସୈନ୍ୟ ସାମନ୍ତ ପ୍ରଜା ମନ୍ତ୍ରୀ ଭ୍ରାତା ,


ଅନୁରୋଧ କଲେ ଜ୍ୟେଷ୍ଠ ଭ୍ରାତା ପାଶେ ବସି

      ଅଯୋଧ୍ୟା ଫେରିବା ପାଇଁ କରିଲେ ମିନତୀ

ବିଧାତା କି ଦୁଃଖ ଯାତନା ଦେଲା ପ୍ରଭୁଙ୍କୁ

       ସେ ଦୃଶ୍ୟରେ ଭରତଙ୍କ ଫାଟି ଯାଏ ଛାତି ,


ବୁଝାଇଲେ ରାମଚନ୍ଦ୍ର ଭରତଙ୍କୁ କେତେ

      ପିତୃ ଆଜ୍ଞା ଭାଙ୍ଗି ଦେବି କହରେ କେମନ୍ତେ

ଚଉଦ ବର୍ଷ ଅଯୋଧ୍ୟା ସେବା କର

   ଫେରିଲେ ପରେ ଦେବୁ ମୋତେ ରାଜ୍ୟର ଭାର ,


ପ୍ରଭୁ ଆଗେ ନତ ହୋଇ ଭରତ କହନ୍ତି 

         ଫେରି ଯିବି ଯଦି ପ୍ରଭୁ କଠଉ ଦିଅନ୍ତି

ତାକୁ ରଖି ସିଂହାସନେ ମୁଁ କାର୍ଯ୍ୟ ବୁଝିବି

        ଦାସ ହୋଇ ପ୍ରଭୁଙ୍କର ବାଟ ଚାହିଁ ଥିବି,   


ଧନ୍ୟ କହିଲେ ସଭିଏଁ ଭ୍ରାତୃ ଭକ୍ତି ଦେଖି 

       ସାରା ଜଗତ ରହିଲା ଘଟଣାର ସାକ୍ଷୀ

ମଥାରେ କଠଉ ବୋହି ଭରତ ଫେରିଲେ

     ଅଶ୍ରୁ ଯେତେ ନଈ ପରି ବୋହି ଚାଲି ଥିଲେ ।

        

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy