STORYMIRROR

Bijay Prusty

Tragedy

4  

Bijay Prusty

Tragedy

ଖୋଲାମଞ୍ଚ

ଖୋଲାମଞ୍ଚ

1 min
225


ଆକାଶ ଜଳୁଛି ଆଜି

କାଲି କା'ର ଜଳୁଥିଲା ଦେହ

ହସୁଛି କେ ଆଜି ଦେଖ

କାଲି କିଏ ଢାଳୁଥିଲା ଲୁହ I


ଜୀବନର ଦୋଛକିରେ

କା' ଆଖିରୁ ହଜେ ସବୁଜିମା

କିଏ ସେ ଦେଖୁଛି ସ୍ୱପ୍ନ

ଇନ୍ଦ୍ରଧନୁ ସାତରଙ୍ଗ

ଆକାଶର ଅନନ୍ତ ନୀଳିମା I


ଚାନ୍ଦିନୀ ଚାନ୍ଦୁଆ ତଳେ

କା' ଆଖିରେ ଅନ୍ଧାର ଘୋଟୁଛି

ଅଧାଦେଖା ସ୍ୱପ୍ନଟିଏ ଦେଖିବାକୁ

କିଏ ଟିକେ ନିଦ ଦରାଣ୍ଡୁଛି I 


ଜୀବନ ବହିକୁ ଖୋଲି

କିଏ ଏଠି ଲୁହ ନିଗାଡୁଛି

ସ୍ୱପ୍ନର ମଦିରା ପିଇ

ଇତିହାସ ଶେଷ ପୃଷ୍ଠା କିଏସେ ପଢୁଛି

କିଏ ପୁଣି ନିଜକାନ୍ଧେ ନିଜଶବ ବୋହି

ନିଜ ପାଇଁ ଜୁଇ ସଜାଡୁଛି I



Rate this content
Log in

Similar oriya poem from Tragedy