ମୁଁ ଗଛଟିଏ
ମୁଁ ଗଛଟିଏ
ମୋର କାହାଣୀ ଶୁଣ ଟିକିଏ ମୁଁ ଗଛଟିଏ
ଦେଉଛି ତୁମକୁ ଫୁଲ ଫଳ
ତଥାପି ତୁମର ଅବୁଝା ମନଟିଏ
ମୁଁ ଗଛଟିଏ
ପରିବେଶକୁ କରୁଛି ବିଶୋଧନ
ତଥାପି ତୁମର ଅବୁଝା ମନଟିଏ
ମୁଁ ଗଛଟିଏ
ମୋର ଫୁଲ ଫଳକୁ କାଢିଣ ଦେଇ
ଦେଉଛି ମତେ ବ୍ୟଥା
ମୋର ଦେହକୁ ଚିରିଣ ଦେଇ
ମାରୁଛ କେତେ ବିିିଧା
କେତେବେଳେ ପୁଣି ତାଡି ଉପାଡ଼ି
ପାଉଛ ତୁମେ ଶାନ୍ତି
ମୋର ବେଦନା କୁ ଥରଟିଏ ବୁୁଝ
କାହିଁ ମନେ ଦିଅ ଅଶାନ୍ତି
ମୋର କରୁଣ କାହାଣୀ ଶୁଣ
ଟିକିଏ ଭଲା
ନିରିହ ଗଛଟିଏ ମୁଁ
ମୋର ଆକ୍ଷିଟିି
ଲୋତକ ଭରା
ମୋର କାୟାକୁ ବଢାଇ ଦେଇ
ଦେଉଛି ତୁମକୁ ଛାଇ
କେତେବେଳେ ପୁଣି ଶରୀର ହଲାଇ
ମନକୁ ଦିଏ ଚହଲାଇ
ମୋର କାହାଣୀ ଶୁଣ ଟିକିଏ
ମୁଁ ଗଛଟିଏ
ପ୍ରେମ ରସର ପୂରଣ ପାଇଁ ମୁଁ ତୁମର
ଲୋଡା
ଏହି ରସରେ ବାଧା ଘଟିଲେ
ଦଳିଚକଟି କରିଦିଅ
ମୋତେ ଘାଇଲା
ମୁଁ ନେହୁରା ହେଉଛି
ଦିଅନି ମତେ ବ୍ୟଥା
ଫୁଲ ଫଳରେ ଭରୀଣ ହୋଇ
ନିଇତି କରିବି ତୁମର
ସେବା
ତୁମରି ସେବା ମୋର ଧରମ
ବିଧି ତ ଦେଇଛି ଏଇ
ଜନମ
ଲୁହ ରକତ କୁ ନିଗାଡି ଦେଇ
ସେବା କରିବି ନିଇତି
ତୁମରି ପାଇଁ
ମୋର କାହାଣୀ ଶୁଣ ଟିକିଏ
ମୁଁ ଗଛଟିଏ
