STORYMIRROR

Amulya Kumar Nayak

Tragedy

4  

Amulya Kumar Nayak

Tragedy

ପାପ ପୂଣ୍ୟ

ପାପ ପୂଣ୍ୟ

1 min
231


ପୂଣ୍ୟ ନଦୀ ତୀରେ ଧୋଉଥିଲି ଯେବେ

   ପାପର ପଙ୍କିଳ ଦେହ

ବୁଲି ଚାହିଁଦେଲି ପଛକୁ କ୍ଷଣିକ

   ଘାରିଲା ସଂସାର ମୋହ (୧)


ମିଛ ମାୟା ଏହି ସଂସାର ହାଟରେ

  ପାପ ପୂଣ୍ୟ ଦୁଇ ଘାଟ

ପୂଣ୍ୟର ଘାଟରେ ନାଆ ଓ ନାଉରୀ

  ପାପ ଘାଟେ ଖାଲି ନାଟ(୨)


ପୂଣ୍ୟ ପାଇଁ ସିନା ସ୍ୱର୍ଗ ସୁଖ ମିଳେ

  ନର୍କେ ଘାଣ୍ଟି ହୁଏ ପାପ

ଜନମ ଜୀବନ ପୂଣ୍ୟ ବଳେ ପ୍ରାପ୍ତି

  କର୍ମେ ନର ଅନୁତାପ (୩)


ଦାନ, ଧ୍ୟାନ,ଧର୍ମ ସ୍ୱର୍ଗୀୟ ସମାନ

   ମିଛ ଏ ପାର୍ଥିବ ଘଟ

ଡାକ ଶୁଣେ ନାହିଁ ଘାଟୁଆ ଭାଇ ଯେ

   ନଈ ମାଡୁ ଥିଲେ ପାଟ (୪)


ପୂଣ୍ୟ ଦୁଇ କୂଳ ପାପ ସ୍ରୋତ ଧାର

   ଭାସଇ କରମ ନାଆ

ପାରି ହେବାପାଇଁ ଫେରୁଛି ବେପାରୀ

   ଧର୍ମ ଥିଲେ ହେବ ସାହା (୫)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy