STORYMIRROR

Lipsa Das

Abstract Romance Tragedy

4  

Lipsa Das

Abstract Romance Tragedy

ଅଭିମାନ

ଅଭିମାନ

1 min
240

ଅଭିମାନ ବି କେଉଁ କଥାର କରିବି କୁହ....


ତୁମେ ତ କେବେ କିଛି

ପ୍ରତିଶୃତି ଦେଇନଥିଲ,

କେବଳ ନିଃସ୍ଵାର୍ଥପର

ଭଲ ପାଇବା ଦେଇଥିଲ....


ଆମ ସମ୍ପର୍କରେ

ସ୍ୱାର୍ଥପର ତ ମୁଁ ଥିଲି,

ତୁମକୁ ମୋ ନିଜର

କରିବାକୁ ଇଚ୍ଛା କରିଥିଲି.....


ତୁୁୁୁମେ ସ୍ପଷ୍ଟ କରିଥିଲ

ତୁମର ମୋ ପାଇଁ 

ଥିବା ଭାବନାକୁୁ,

ଆଉ ମୁଁ କିନ୍ତୁ

ବୁଝିନଥିଲି କେବେ

ତୁମ ମନ କଥାକୁ....


ତୁମେ କହିଥିଲ ଆଗରୁ

ଦିନେ ଦୂରେଇ ଯିବ ବୋଲି,

କିନ୍ତୁ ତୁମକୁ ବାନ୍ଧି ରଖିବି 

ପ୍ରେମରେ ବୋଲି ମୁଁ ଭାବୁଥିଲି....


କଣ ବାକି ଅଛି ତୁମର

ମୋ ପାଖରେ କୁହ,

କାହିଁକି ଛାଡ଼ିପାରୁନାହିଁ

ମୁଁ ତୁମର ମୋହ....


ଏବେ ଭାବେ ମୁଁ

ସେଇ ପୁରୁଣା ଦିନକୁ

ଅଭିମାନ କରିବା କଥା ଭାବିଲେ

ଆଖିରୁ ଝରିଯାଏ

ଖାଲି ଦି ଟୋପା ଲୁହ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract