STORYMIRROR

Lipsa Das

Romance Tragedy Fantasy

3  

Lipsa Das

Romance Tragedy Fantasy

ସୁନ୍ଦରୀ ଝିଅର ପ୍ରେମ

ସୁନ୍ଦରୀ ଝିଅର ପ୍ରେମ

1 min
226

ସୁନ୍ଦରୀ ଝିଅଟି

ଆସିଥିଲା ଜୀବନେ

ପ୍ରୀତିର ଫଗୁଣ ନେଇ....

ଧୀର ଧୀର କଥା

ଆଉ ବାଙ୍କ ଚାହାଣି ରେ

ମନ ନେଇଥିଲା ମୋହି।।


ହସି ଦେଲେ ସେ 

ଫିକା ପଡ଼ିଯାଏ ଫୁଲ

ତା ଓଠର ଚମକ ପାଶେ...

କିଛି ନ କହି ସେ

ପାଦ ଚିପି ଚିପି

ମୋ ପାଖେ ଆସି ବସେ।।


କେତେ କଥା

କହିଯାଏ ସେ

ସେଇ ଗୋଲାପୀ ଓଠରେ...

ହଜିଯାଏ ମୁଁ 

ସ୍ଵପ୍ନ ରାଜ୍ୟରେ

ତା' କାହାଣୀ ଚରିତ୍ର ଭିତରେ।।


ଭାବିଲି ଦିନେ 

କହିବି ବୋଲି

ମନ କଥା ମୋର ଖୋଲି...

କହିଦେଲା ପରେ

ହସି କହିଥିଲା ସେ

ଆଉ କାହାକୁ ଭଲପାଏ ବୋଲିି।।


ଭାଙ୍ଗିଥିଲା ସ୍ବପ୍ନ 

ଆଉ ହୃଦୟ ବି

ତା ପ୍ରତାରଣା ପରେ...

ସେ ହସିଦେଇ ଚାଲିଗଲା

ନିଜ ପ୍ରେମିକ ପାଖକୁ

ମୋ ସହ ଛଳନା କରିବା ପରେ।।


ରାଗ ଆସେ

ଆଉ ଅଭିମାନ ବି

ସେଇ ପୁରୁଣା କଥା ଭାବି...

କିନ୍ତୁ ଚୁପ୍ ରହିଛି ମୁଁ

ମନକୁ ବୁଝାଇ ଆଉ

ସବୁକିଛି ମୋ ଭୁଲ୍ ଭାବିି।।


ପ୍ରତିଜ୍ଞା କରିଛି ଏବେ

ଆଉ ଚାହିଁବିନି କେବେ

ସୁନ୍ଦରୀ ତରୁଣୀ ଆଡ଼େ...

ଛଳନା ପ୍ରତାରଣା ମିଳେ

ସେଇ ସୁନ୍ଦରୀ ଠାରୁ

ଯେ ଥରେ ତା ପ୍ରେମରେ ପଡ଼େ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance