Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lipsa Das

Romance Fantasy

4  

Lipsa Das

Romance Fantasy

ତୁମେ ଆସିବା ପରେ

ତୁମେ ଆସିବା ପରେ

1 min
234



ତୁମେ ଆସିବା ପରେ

ଦିନେ ଆଇନା ଦେଖୁନଥିବା ଝିଅ

ଘଣ୍ଟା ଘଣ୍ଟା ସଜେଇ ହେଉଥିଲା ।


ତୁମେ ଆସିବା ପରେ

ସବୁବେଳେ ନିଜ କଥା ଭାବୁଥିବା ଝିଅ

ତୁମ କଥା ବେଶି ଭାବୁଥିଲା ।


ତୁମେ ଆସିବା ପରେ 

ଛୋଟ କଥାରେ ରାଗୁଥିବା ଝିଅ

ତୁମକୁ ମନେଇବା ଶିଖିଯାଇଥିଲା ।


ତୁମେ ଆସିବା ପରେ

ରୋଷେଇ ଘରକୁ ଯାଉନଥିବା ଝିଅ

ରୋଷେଇ କରିବା ଶିଖୁଥିଲା ।


ତୁମେ ଆସିବା ପରେ 

କୌଣସି ଦାୟିତ୍ଵ ନେଉନଥିବା ଝିଅ

ଘର ସମ୍ଭାଳିବା ଶିଖୁଥିଲା ।


ତୁମେ ଆସିବା ପରେ

ଭବିଷ୍ୟତ ପାଇଁ ଚିନ୍ତା କରୁନଥିବା ଝିଅ

ତୁମ ସହ ଭବିଷ୍ୟତର ସ୍ୱପ୍ନ ଦେଖୁଥିଲା ।


ତୁମେ ଆସିବା ପରେ

ଦିନେ କେବେ ଲାଜ କରୁନଥିବା ଝିଅ

ଲାଜ କରିବା ଶିଖି ଯାଇଥିଲା ।


ତୁମେ ଆସିବା ପରେ

ମନ କଥା କେବେ କହୁନଥିବା ଝିଅ

ନିଜ ମନର କଥା ଲେଖି ଦେଇଥିଲା।।


Rate this content
Log in

Similar oriya poem from Romance