କାକର ବୁନ୍ଦା
କାକର ବୁନ୍ଦା
ତୁମେ ସଜଫୁଲ
ଆଉ ମୁଁ କାକର ବୁନ୍ଦା
ମୁଁ ଥିଲେ କି ନଥିଲେ
ତୁମର ସୁନ୍ଦରତା କେବେ
ପ୍ରଭାବିତ ହେବ ନାହିଁ ।
କିନ୍ତୁ ତୁମେ ନଥିଲେ
ହୁଏତ ମୋର ସୋନ୍ଦର୍ଯ୍ୟର
କୌଣସି ଅସ୍ତିତ୍ବ ରହିବ ନାହିଁ ।
ତୁମେ ସକାଳୁ ଫୁଟି
ନିଜ ସୁନ୍ଦରତା ରେ
ଅନ୍ୟକୁ କିଛି ସମୟ ଆକର୍ଷିତ ଧରିବ
ଆଉ ମୁଁ କିଛି ସମୟ
ତୁମ ପାଖରେ ରହିଲେ
ତୁମେ ମୋ ପ୍ରେମ କୁ ଅନୁଭବ କରିବ ।
ତୁମେ ଅପେକ୍ଷା କରିବ
ସକାଳର ସୂର୍ଯ୍ୟ କୁ ପ୍ରତିଦିନ
ଆଉ ମୁଁ ଅପେକ୍ଷା କରିବି
ଶୀତୁଆ ସକାଳକୁ
ବର୍ଷରେ କିଛି ଦିନ ।
ଜାଣିନି କିଏ ଭାଗ୍ୟବାନ
ତୁମେ ନା ମୁଁ
ମୋ ସହ ଥିଲେ ମଧ୍ୟ
ତୁମେ ସେଇ ଫୁଲ ହିଁ ରହିବ
କିନ୍ତୁ ତୁମ ସହ ମୁଁ ଥିଲେ
ମୁକ୍ତା ସହ ମୋର ତୁଳନା ହେବ ।

