ସ୍ମୃତିର ମହକ
ସ୍ମୃତିର ମହକ
ଦିନ ଯାଏ ଚାଲି ରାତି ଯାଏ ଚାଲି
ତୁମର ତ ଦେଖା ନାହିଁ
ତୁମରି ସ୍ମୃତିକୁ ପଣତେ ବାନ୍ଧିଛିି
ମନ ଭୁୁୁୁଲାଇବା ପାଇଁ ।
ପଶ୍ଚିମବଙ୍ଗର ଗଙ୍ଗା ନଦୀ କୂଳ
ଆମର ଅମୂଲ୍ୟ ସ୍ମୃତି
କେତେ ସ୍ଵପ୍ନ ରଖି ଭବିଷ୍ୟତ ଭାବି
ବସି ଥିଲ ମୋର ଅତି ।
ବଉଦ ଉହାଡୁ ଜହ୍ନ ହସୁଥିଲା
ଆମ ପ୍ରେମ ଛବି ଦେଖି
ଲାଜୁଆ ଆଖି ମୋ ନଇଁ ଯାଉ ଯାଉ
ଅନୁଭବେ ଭାସି ସୁଖି ।
ମନର କଥାକୁ ଗୋପନେ ସାଇତି
ପାଲଟେ କୁସୁମ ଚାରା
ସ୍ମୂତି ବୃୃକ୍ଷେ ମୋର କଳି ଦେଖା ଦିଏ
ଡେଣା ଝାଡେ ମନ ପାରା ।
ଜାହ୍ନବୀ ସ୍ରୋତର କୁଳୁକୁଳୁ ସ୍ଵରେ
ନାଚୁ ଥିଲା ମୋର ମନ
ତୁମରି କୋଳରୁ ବିିିିକଶିତ ହୋଇ
ଝରୁ ଥିଲା ପୁୁଷ୍ପ ସ୍ଵପ୍ନ ।
ନିରୋଳା ସାଜିଛି ଆଜି ଏଇ ସ୍ଥାନ
ଅଛି ଖାଲି ତୁମ ସ୍ମୃତି
ସେହି ଦରପଣେ ନିତି ଦେଖୁଛି ମୁଁ
ତୁମରି ପ୍ରେମର ମୂର୍ତ୍ତି ।

