ତୁମ କଥା ମନେ ପଡ଼େ
ତୁମ କଥା ମନେ ପଡ଼େ
କଡ଼ ଲେଉଟାଇ ଜାବୁଡ଼ି ତକିଆ
ଲୁହ ସାଗରରେ ଭାସେ,
ଖୁବ ସାରା ଲୁହ ହୁଏ ବାଷ୍ପୀଭୂତ
ଅବଶେଷ ଶେଯ ଶୋଷେ ।
ଗାରୁ ଗାରୁ ହୋଇ ଧିକ୍କାରେ ନିଜକୁ
କରେ ହିସାବ ତର୍ଜମା,
ଘମାଘୋଟ ଯୁଦ୍ଧ ହୁଏ ସ୍ମୃତି ସାଥେ
ବଳି ପଡ଼େ ମୋ ଗରିମା ।
ଚାନ୍ଦ ସମ ମୁଖ ଦିଶେ ଜଳଜଳ
ଗଗନେ ଚନ୍ଦ୍ରମା ଦେଖି,
ଛଳ ଛଳ ଆଖି ରହିବାକୁ ଥିର
ଗଲାଣି କେବେଠୁ ଶିଖି ।
ଜରାବସ୍ଥା ସମ ଲାଗେ ଏ ଯୌବନ
ତୁମରି ବିହୁନେ ସାଥୀ,
ଝରା ଶ୍ରାବଣ ତ ସବୁରି ବେଳାରେ
ଝୁରି ଝୁରି ବିତେ ରାତି ।