ଜୀବନ ଟା ଲାଗେ ବିଷମୟ
ଜୀବନ ଟା ଲାଗେ ବିଷମୟ
ଜୀବନ ଟା ଲାଗେ ବିଷମୟ
ଯେବେ ଚାଲିଯାଏ ବୟସ
ଧୋକା ଦିଏ ସମୟ
ଜୀବନ ଟା ଲାଗେ ବିଷମୟ..........
ପୁଣି ଯେବେ ଧୋକା ଖାଏ ବିଶ୍ଵସ୍ତ ବନ୍ଧୁଠୁ
ସୃଷ୍ଟି ହୁଏ ମନେ କ୍ଷତ ଗଭୀର ସବୁଠୁ ।
ବୁଝିଗଲା ପରେ ଥରେ ଏ ସଂସାର ମାୟା
କେ କାହାର ବନ୍ଧୁ ଏଠି କେ କାହାର ଜାୟା ।।
ଜୀବନ ଟା ଲାଗେ ବିଷମୟ..........
ସ୍ବାର୍ଥବାଦୀ ସବୁ ଏଠି ମାୟାରେ ମୋହିତ
ଧନ ଛାଡ଼ି କେହି ଏଠି କାହାର ନୁହେଁ ତ ।
କ୍ଷମତାର ମୋହେ ଏଠି ସଭିଏଁ ବାଇଆ
ଦୁନିଆଟା ଲାଗେ ଖାଲି କିମିଆ କିମିଆଁ ।।
ଜୀବନ ଟା ଲାଗେ ବିଷମୟ..........
କରିଥିବ ଆଜି ଯାହାକୁ ସବୁଠୁ ନିଜର
ଛାଡ଼ି ସେ ତ ପଳାଇବ କରି ନିଶ୍ଚେ ପର ।
ସ୍ବାର୍ଥ ଥିବା ଯାଏ ସବୁ ପାଖରେ ରୁହନ୍ତି
ଲାଭ ସରିଗଲେ ପୁଣି ଛାଡ଼ି ପଳାଅନ୍ତି ।।
ଜୀବନ ଟା ଲାଗେ ବିଷମୟ..........
ତଥାପି ଯେ ଇଚ୍ଛା ହୁଏ ଟିକେ ବଞ୍ଚିବାକୁ
ସବୁ ଦୁଃଖ ପରେ ଟିକେ ସୁଖ ପାଇବାକୁ ।
ଏତେ ଦୁଃଖ ପରେ ମିଳେ ଯେଉଁ ଟିକେ ସୁଖ
ବିଷମୟ ଦୁନିଆରେ ସେ ସତେ କି ଅମୃତ ।।
ଜୀବନ ଟା ଲାଗେ ବିଷମୟ..........

