STORYMIRROR

Debadatta Jena

Abstract Romance Tragedy

4  

Debadatta Jena

Abstract Romance Tragedy

ପତ୍ ଝଡ଼..

ପତ୍ ଝଡ଼..

1 min
174


ଶୁଣ..


ଋତୁ ରାଜ,,, 


ଏବେ ତ ତୁମ ପାଇଁ, 


ପତ୍ ଝଡ଼ର ନିଆରା ମୌସମ,


ନୂଆ ନୂଆ ପତ୍ର କଅଁଳିବାର ବେଳ,


ଗତାନୁଗତିକତାକୁ ଭୂଲି,ପୁରୁଣା ପାସୋରି, 


ନୂଆକୁ ଆପଣେଇ ନେବାର ଯେଉଁ ଦୁର୍ବାର ସ୍ପର୍ଦ୍ଧା,


ଦେହ,ମନ,ହୃଦୟ ଓ ପ୍ରାଣରେ ସେ ଅସମ୍ଭବ 


ଉନ୍ମାଦନାର ନଭଶ୍ଚୁମ୍ଭି ଆକାଂକ୍ଷା ଆଉ 


ଉନ୍ମୁକ୍ତ ବିଭୋର ପଣର ଅନେକ, 


ଅନେକ କଳ୍ପିତ ସମ୍ଭାବନା,


ଏ ତ ଚିରା ଚରିତ, 


ଆବଶ୍ୟକତା 


ଏବେ ଯେ 


ବସଂତ..! 


ସେଇ 


ଆଗମନର 


ପ୍ରତି ଆରମ୍ଭରେ ତ ତୁମେ, 


ପ୍ରତି ପୂର୍ଣ୍ଣାହୁତିର ପରେ ପରେ ବି 


ତୁମେ ଆଣି ପାର ଆରମ୍ଭ, ପୁନଶ୍ଚ କେଉଁ 


ନବ କଳିକାର ଉନ୍ମେଷରେ ତୁମେ,ପ୍ରତି ଶେଷରେ 


ବି ବନିପାର ପୂର୍ବା ପର, ପ୍ରତି ଅୟମାରମ୍ଭରେ 


ତୁମେ ଗଢ଼ିପାର ତୁମରି ନବୀନ ଆୟୁଧ, 


ସାଜିପାର ଯଥା ପର,ବିବର୍ତ୍ତନର 


ଯଥା ପୂର୍ଵ ତଥା ପରର 


ଇପ୍ସିତ ଆସ୍ପର୍ଦ୍ଧା, 


ବାରମ୍ବାର, 


ଆଉ, 


ସେଇ ସୋପାନରେ,


ସୃଜିପାର ସ୍ୱପ୍ନର କୁହେଳି, 


ଅନେକ ଜ୍ୟୋସ୍ନାରୁ ମୁକୁଳିତ ତୃଷ୍ଣା, 


ଏହା ବୋଧେ ଅବଧାରିତ ସତ୍ୟ,


କହିପାର କି ପ୍ରଚଳିତ ଧର୍ମ, 


ତୁମ ନବ ଉନ୍ମେଷର 


ଅପେକ୍ଷିତ ଯାତ୍ରା..!


ଆଉ, 


ସମସ୍ତେ ବି, 


ତୁମେ ବି,ସେଥିରୁ 


ବାଦ ଯାଆନ୍ତ ଅବା କିପରି..? 


ହଁ, ତୁମେ ହିଁ ତ ପରିବର୍ତ୍ତନର ପର୍ବ, 


ନିତ୍ୟ ନୈମିତ୍ୟ ସତ୍ତା,ଚଳତ୍ମାନ, ଗତିମାନ,


ବେଗବାନ,ନିଚ୍ଛକ ଆପେକ୍ଷିକ କଳ୍ପନାର ଭବିଷ୍ୟତ


ସୂତ୍ରଧର, ଅତୀତକୁ କେହି କ'ଣ କେବେ,ବୋଧେ, 


ଧରି ରଖି ପାରେ କି, ଯେ ରଖି ପାରି ଥାନ୍ତ..? 


ଅତୀତ ତ ଭୂତ, ତୁମେ ଭବିଷ୍ୟତ,


ଅନେକ ସମ୍ଭାବନାର ସ୍ବପ୍ନରେ 


ମସଗୁଲ କାଂକ୍ଷିତ ଇଗଲ, 


ତୁମେ ତ ଉଡି ପାର 


ଅସୀମିତ ନଭ, 


ସୀମାହୀନ, 


ଦିଗନ୍ତ,


ନିଃଶବ୍ଦ 


ପାରାବାର,ନବ 


ଉନ୍ମାଦ..!ହେଲେ ମୁଁ..? 


ମୁଁ କ'ଣ ସେଇ ଝରି ପଡୁଥିବା 


କିଛି ଝରା ଫୁଲର ବିଳପିତ ବାସ୍ନା,


ନାଁ ସେ ପତ୍ ଝଡ଼ ମୌସମର କେଉଁ ସ୍ନିଗ୍ଧ 


ଶୀତଳ ମୃଦୁ ସମ୍ଭାବନାର କ୍ଷୀଣ ଭୂଲୁଣ୍ଠିତ ଆଶା, 


ମଉଳା ଝଡା ପତ୍ରର ଉନ୍ମୁକ୍ତ ଆବେଗ, ତଳ୍ପିତ 


ସେ ବିମୋହିତ ବାସ୍ନାର ପରିତ୍ୟକ୍ତ ଠିକଣା, 


ନାଁ କିଛି ଅପରିଚିତ ଗୁରେଇ ଫୁଲର 


ଅପରିମିତ ଚହଟ ଦୀପ୍ତ ଚମକ, 


ନାଁ ଅସୀମିତ ବେଦନାର 


କେଉଁ ବିସ୍ମୃତ ଫୁଲର 


ମଳିନ ମହକ


ଯନ୍ତ୍ରଣା..!






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract