ଆଦ୍ୟ ଆଷାଢ଼
ଆଦ୍ୟ ଆଷାଢ଼


ଅନନ୍ତ ଗଗନ ସୁଦୂର ପ୍ରସାରି କଳି ଛି କି କେ କୁହ?
ବେଦନା ତାହାର ରହି ଅଛି ଝରୁଛି ତା ' ଆଖି ରୁ ଲୁହ ।
ପେଜୁଆ ପେଜୁଆ ବିଶାଳ ନେତ୍ର ପଟ୍ଟଲ
ଘନ କଳା ଘୋଡ଼ଣୀ ଘୋଟାଇ ଆସେ,
କେବେ ପୁଣି ଶୁଭ୍ର ଅଭ୍ର ଖଣ୍ଡ ହୋଇ ଅଶ୍ରୁ ନୟନ ପୃଷ୍ଠ ରେ ଭାସି ବିଚରଣ କରେ ଆକାଶେ ।
ପ୍ରଚଣ୍ଡ ରୌଦ୍ରତାପ ମର୍ତ୍ତ୍ୟ ମଣ୍ଡଳ ଅଧିର ଗ୍ରୀଷ୍ମ ପ୍ରବାହ ଫିକା ଏହି କ୍ଷଣି,
ପହିଲି ରଜ ଉଭା ହୋଇଥାଏ ନଭ ପୃଷ୍ଠେ ଆବର୍ତ୍ତମାନ ଏ ଆଦ୍ୟ ଆଷାଢ଼ ଜାଣି।
ଋତୁ ସ୍ନାନ ଧରା ପ୍ରଜନନ କ୍ଷମ ଚାତକ ପରାୟେ ରହିଛି ଚାହିଁ,,
କଳା ବଉଦ ବରଷିବ ଗଗନ କ୍ରନ୍ଦନ ଏକଥା ମନେ ଭାଳି।
ପହିଲି ଆଷାଢ଼ ଆସିବା ବାରତା ସୂଚନା ଖେଳାଇ ଦିଏ,
ମୃଦୁ ମଳୟ,ବେଙ୍ଗୁଲି ଗୀତ ପ୍ରକୃତି କୁ ଚେତାଇ ଥାଏ।
କଳା ପାଟ ପିନ୍ଧି ଆଷାଢ଼ ରାଣୀ ଟହଲ ମାରଇ ଦୂର ଗଗନେ,,
ଚଞ୍ଚଳା ବିଜୁଳି ଛନକ ଛଇଳି ତା ସାଥେ ରହେ ମଗନେ।
ଘଡ ଘଡ଼ି ନାଦେ କମ୍ପଇ ମେଦିନୀ ,ବିଜୁଳି ତୁହା କୁ ତୁହା,,
ଛାଇ ଆଲୁଅ ରେ କଳା ଜରି ପାଟ ଆଷାଢ଼ ରାଣୀର ଚିକ୍ ମିକ୍ କରେ
ଆହା।
ଝିପଝିପ୍ ପୁଣି ରୀମଝିମ ପାଣି ଝରି ଯାଉଥାଏ ଆକାଶ କୋଣୁ,,
ଲଙ୍ଗଳ ହଳ ନେଇ ଚାଷୀ ଯାଏ ବିଲ ଚଷିବ ହରଷ ମନୁ।
ଶୁଖିଲା ଶୁଖିଲା ପ୍ରକୃତି ତୃଣ ନଈ
ସବୁଜ ପୁରିଲା ସୁରିଲା ,,
ପଲବିତ ହୋଇ ଜୀବ ସଞ୍ଚରୀବ ଶସ୍ୟ ଉତ୍ପାଦନ ହେବ ସରଳ ପ୍ରକ୍ରିୟା।
ବରଷକ ପର
େ ଆଷାଢ଼ ଆସିଛି ଉନ୍ମାଦନା ନେଇ କେତେ,,
ତଟସ୍ଥ କରିଛି ଆକାଶ କୁ ସିଏ, ତା ଅଶ୍ରୁ ଆଶୀର୍ବାଦ କରୁଛି ମରତେ।
ଆକାଶ କାନ୍ଦୁଛି ଧରଣୀ ହସୁଛି ଆନମନା ପ୍ରକୃତି,,
ନିଶିଗନ୍ଧା, ହେନା, ମଲ୍ଲୀ,କେତକୀ,ଟଗର ଆଦ୍ୟ ଆଷାଢ଼ କୁ ସ୍ବାଗତ ହରଷେ କରନ୍ତି।
ଲାଲ ଟୁକୁ ଟୁକୁ ସାଧବ ବୋହୂ ଲାଜୁଆ ଚାଲି ରେ ଆସିବ,
ମଣ୍ଡୁକ ର ହୁଳ ହୁଳି ସାଥେ କଙ୍କି ଅଳତା ନେଇ ଆଷାଢ଼ ରାଣୀ ଙ୍କୁ ନାଇବ।
ଅଚଳ ନଦୀ ସଚଳ ଏବେ ଅଙ୍କା ବଙ୍କା ହୋଇ ଇର୍ଷା ରେ ପୋଡୁ ଥିବ,,
ପ୍ରାଣୀ ଙ୍କୁ ଭୟ ଦେଖାଇ ସମୁଦ୍ରେ ମିଶିବାକୁ ଦୁଇ କୁଳ ଲଙ୍ଘି ଆଗକୁ ଦୌଡୁ ଥିଵ ।
ଅବୋଧ ଶିଶୁ ବାରମ୍ବାର ଏରୁଣ୍ଡି ଡେଇଁ ଓଳି ପାଣି ରେ ଗାଧୋଉ ଥିବ,,
ସାଙ୍ଗ ସାଥି ମିଶି ସେ ଓଳି ପାଣି ରେ କାଗଜ ଡଙ୍ଗା ଭସାଉଥିବ।
ବୀଜ ବପନ ଚାଷୀ ଭାଇ କରି ଶସ୍ୟ ଉତ୍ପାଦନ ସଫଳ ସ୍ବପ୍ନ ଆକାଂକ୍ଷା,,
ପଲ୍ଲୀ ଗୀତ ଗାଈ ହଳ ନେଇଫେରେ ଆଦ୍ୟ ଆଷାଢ଼ ର ପୂର୍ବାନୁମାନ ସମୀକ୍ଷା।
ଗାଁ ପରିବେଶ ସବୁଜ ପୁରିଲା ସବୁରି ମନର ତୃଷ୍ଣା,,
ପହିଲି ଆଷାଢ଼ ମର୍ତ୍ତ୍ୟ ରେ ଖେଳୁଛି ଦୁରାଈ ସବୁରି ଅତୃପ୍ତ ବାଞ୍ଚା ।
ଆକାଶ ର ପେଟ କାନ୍ଦି ଲୁହ ଅଜାଡ଼ି ତୃପ୍ତ ସଫା ହୋଇ ଯାଇଥାଏ,,
ସେ ଲୁହ ସଂଚରି ପ୍ରକୃତି ଧରଣୀ ; ସୃଷ୍ଟି ଋତୁ ଚକ୍ର ପୁନରାବୃତ୍ତି ରେ ମଜ୍ଜି ଥାନ୍ତି ପ୍ରାୟେ।
ଆଷାଢ଼ ର ଆଦ୍ୟ ଆଗମନ ମୌସୁମୀ ସକ୍ରିୟ ହେଲେ ହୁଅଇ ବର୍ଷା ,,
ପ୍ରାଣୀ ଙ୍କ ଜୀବନ ବୈକୁଲ୍ୟ ;ଯଦି ବର୍ଷେ ଆବଶ୍ୟକ ଯେତେ ;ଅନ୍ୟଥା ହୁଏ ନିରାଶା।