STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

"ଅବୁଝା ଏ ମନ"

"ଅବୁଝା ଏ ମନ"

2 mins
419

 

    କାହିଁକି କେଜାଣି 

     ବୁଝି ହୁଏନି

      କି ଜାଣି ବି ହୁଏନି

     ଅନ୍ତରର ବେଦନା ସିକ୍ତ

      ଗୁଢ ରହସ୍ୟ ଭରା

     ସ୍ଵରୂପ ହୀନ

      ଅବାସ୍ତବରେ ପରିପୂର୍ଣ୍ଣ

        ଆମର ଅଝଟିଆ  

           ଅବୁଝା ଏ ମନ ।


      ଧନ ଧାନ୍ୟ, ମାନ, ଜ୍ଞାନ

       ସ୍ଵାଭିମାନ, ଅଭିମାନେ ଭରା

      ଏ ଭରା ଯୌବନ ସଦୃଶ

      ଚଳଚଞ୍ଚଳ ଅତି ଚପଳ

       ଅଟେ ବିଦ୍ୟୁତ୍ ସମ କ୍ଷୀପ୍ର

         କେତେବେଳେ ନିଏ ଦିଏ

           ଯେ କେଉଁ ରୂପ

       କାହାକୁ କରେ ସେ ବିଦୃପ

      କେବେ ଅବା ଶୋକ ସନ୍ତପ୍ତେ

          କରେ ସେ ପ୍ରଳାପ

      ମାନ, ଅପମାନ,

         ସ୍ନେହ, ଆଦର, ସମ୍ମାନ

      ସବୁର ଅଟେ ସେ ମିଶ୍ରଣ

       ଆମ ଅବୁଝା ଏ ମନ ।


       କେବେ ସେ ସାଜଇ 

           ନିଜକୁ ସକରାତ୍ମକ

       କେବେ ପୁଣି ସାଜିଥାଏ

         ନିଜକୁ ନକରାତ୍ମକ

      ପାଗଳ ଭ୍ରମର ସଦୃଶ

        ଘୂରିବୁଲେ କାହିଁ କେତେ ଦୂର

     କେବେ କୁହେ ମୋ'ର ମୋ'ର

        କେବେ ପରିପ୍ରକାଶଇ

            ତୁଚ୍ଛ ଏ ସଂସାର

      ମହା ମାୟାରେ ପରିପୂର୍ଣ୍ଣ

       ଗୋଲକ ଧନ୍ଦାରେ

        ପକାଏ ଆମ ସଭିଙ୍କୁ

      କେବେ ସୃଷ୍ଟି କରେ 

        ଜୀବନେ ହା ହୁତାଶନ

      କେବେ ଦର୍ଶାଇଥାଏ ଆମକୁ

         ଉନ୍ନତିର ଚରମ ସୋପାନ

      ସତେ କେଡ଼େ ବିଚିତ୍ର

        ଆମ ଅବୁଝା ଏ ମନ ।


     ସତେ କି ବାଚାଳ

       ସତେ ଅବା ଦର୍ଶାଏ

       କେବେ ଶିଶୁ ସୁଲଭ ଗୁଣ

    କେବେ କେବେ ପୁଣି

        ରଚାଏ ରକ୍ତାକ୍ତ ସଂଘର୍ଷ

      ଏ ମଣିଷ ଜାତି, ବିବେକ ଓ

       ମଣିଷ ପଣିଆକୁ 

         କରିପକାଏ ଲହୁ ଲୁହାଣ

      ସୃଷ୍ଟିର ବଡ ବୈଚିତ୍ର୍ୟ

        ସ୍ରଷ୍ଟାଙ୍କର ବଡ ବୈଶିଷ୍ଟ୍ୟ

     ଅଟେ ଏ କେବେ ମହାନ 

      ପୁଣି କେବେ ସାଜେ ସୈତାନ

     ସତେ କେଡ଼େ ଅବୁଝା ଏ ମନ ।


     ସୁର ଅସୁରର ଅଟେ ଏ ମିଶ୍ରଣ

      ପ୍ରେମ, ପ୍ରତାରଣାର ଅଟେ ସମିଶ୍ରଣ

      ଗର୍ବ,ଅହଂକାରେ ବୁଡି

        ବୁଡାଇ ଦେଇ ପୁଣି

           କରେ ସେ ଅଜ୍ଞାନ

      ନିଶାଖୋର୍, ବେଶ୍ୟାଖୋର୍ କରି

        ଭୁଲାଏ ଆମ ହିତାହିତ ଜ୍ଞାନ

      ଜ୍ଞାନୀ କରାଏ ଅଜ୍ଞାନ

        ବିଜ୍ଞାନୀଙ୍କ ହଜାଏ ଜ୍ଞାନ

      ହରି ନିଏ କେବେ କେବେ

       ଆମ ସଭିଙ୍କର 

         ମାନ, ସମ୍ମାନ ତଥା ଆତ୍ମସମ୍ମାନ

      କେବେ ସଜାଏ ନିଜକୁ

         ମଦ ମତ୍ତ ହସ୍ତୀ ସମାନ

       କେବେ ସାଜେ ଶାନ୍ତ ସ୍ନିଗ୍ଧ

            ଗୌତମ ବୁଦ୍ଧ ଜାଣ

        ସତେ କେଡ଼େ ଅବୁଝା ଏ ମନ ।

       

       ଧନ୍ୟ ଧନ୍ୟ ହେ ସୃଷ୍ଟି କର୍ତ୍ତା

         ଧନ୍ୟ ତୁମ ଚିନ୍ତା ଚେତନା

           ଧନ୍ୟ ହେ ତୁମେ ଚିନ୍ତା ନାୟକ

      ସକରାତ୍ମକ ନକରାତ୍ମକ

         ଚିନ୍ତା ଚେତନାର ସମିଶ୍ରଣେ

           ସର୍ଜିଲ ଆମ ଏ ସୂକ୍ଷ୍ମ ମନ

      କେବେ ଦୁର୍ବଳ କେବେ ସବଳ

       କେବେ ସଫଳ କେବେ କରାଇଦିଏ

          ଆମମାନଙ୍କୁ ସେ ବିଫଳ

      ହତାଶାରେ କରିଦିଏ କେବେ ପରିପୂର୍ଣ୍ଣ

       ସୁଖ ସମୃଦ୍ଧି ରେ ଭରିଦିଏ କେବେ ପୁଣି

        ସମୟର ଚକ୍ର ସହ କରୁଥାଏ

            ସତେ କି ଏହିପରି ଘୂର୍ଣ୍ଣନ

     କେଡେ ଅବାସ୍ତବ, କେଡ଼େ ବିଚିତ୍ର

       ସତେ ଆମ ଅବୁଝା ଏ ମନ ।


     ଏ ହିଁ ସୃଷ୍ଟି, ସ୍ଥିତି ଓ ପ୍ରଳୟର କାରଣ

      ବିନା ଯୁଦ୍ଧେ ନ ତ୍ୟେଜିବି 

         ସୂଚ୍ୟାଗ୍ରେ ମେଦିନୀ

        ମୁଁ ମହାମାନୀ ଦୁର୍ଯ୍ୟୋଧନ

      ଏଠି ଅହଂ କାରେ ପରିପୂର୍ଣ୍ଣ

           ଅଟେ ଏହି ମନ

      ମୁଁ ହିଟଲର୍, ମୁଁ ଆଲେକଜାଣ୍ଡାର,

            ମୁଁ ହିଁ ମୁସୋଲିନ୍

      ମୁଁ ଚତୁର୍ଦ୍ଦଶ ଲୁଇ, ମୁଁ ଷୋଡ଼ଶ ଲୁଇ

       ଯେ କହୁଥିଲେ ମୁଁ ହିଁ ରାଷ୍ଟ୍ର

         ଆଉ ଯେ କହୁଥିଲେ

         ମୋ ପରେ ପ୍ରଳୟ ଟି ଜାଣ

        ଅହଂ ଭାବ ଅହଂ କାର

        ଏ ଅମାନିଆ ମନ ଅଟେ

          ସବୁ ଅର୍ଥ,ବ୍ୟର୍ଥ ଓ ଅନର୍ଥର କାରଣ

         ସତେ କେଡ଼େ ଅଝଟିଆ, ନଟକୂଟିଆ

           ଆମ ଅବୁଝା ଏ ମନ ।


Rate this content
Log in

Similar oriya poem from Abstract