ବନ୍ଧୁ ହେ
ବନ୍ଧୁ ହେ


ସମୟ ର ସ୍ରୋତରେ ବସିଛେ ଜୀବନ ଡଙ୍ଗାରେ,
ବାନ୍ଧି ତ ହୋଇଛେ ଆମେ କେତେ ସମ୍ପର୍କ ବନ୍ଧନରେ।
ସମୟ ତ ଗଡି ଚାଲେ ସେ ଦେଖେନା ତ କାହାକୁ,
ଜୀବନ ଡଙ୍ଗା ରେ ବସି ମାରୁ ଆମେ କର୍ମ ଆହୁଲାକୁ ।
ବାଛୁ ତ ଆମେ ସମ୍ପର୍କ ରୁ ଆହୁଲା ର ରୂପେ,
ତା ମଧ୍ୟରୁ ବନ୍ଧୁତ୍ୱ ଶ୍ରେଷ୍ଠ ଓ ବଳିଷ୍ଠ ତ ଲାଗେ ।
ଯଦି କେବେ ଥକିଯାଇ ରହିଯାଉ ସେ ଆହୁଲାକୁ ଛାଡି,
ସେ ଆହୁଲା ତ ଭୁଲେନା, ଛାଡେନା ସମ୍ପର୍କର ଦଉଡି ।
ନ ଧରିଲେ ହାତେ ତାକୁ ସେ ତ ଛାଡେନା ତା ଧର୍ମ,
ଧୀରେ ଧୀରେ ଶାନ୍ତ ଥାଇ ବୁଝାଏ ସ୍ରୋତକୁ ତା ମର୍ମ ।
ଛାଡି ବି ଦେଲେ ତାକୁ ସେ ତ ଜାଗ୍ରତ ରହିଥାଏ,
ବନ୍ଧୁ ହେ, ଜୀବନ ଡଙ୍ଗା ସହ ସେ ତ ବନ୍ଧା ହୋଇଥାଏ ।
ଜାଣିଛେ ଆମେ କେବେ ଏ ଜୀବନ ଆରମ୍ଭିଲା,
କେବେ ଏ ଦୁନିୟା ରେ ଆମ ସ୍ୱାଗତ ବି ହେଲା ।
ବଢିଲେ ଧୀରେ ଧୀରେ ଦେଖିଲେ କିଛି ସୁନ୍ଦର ସପନ,
କିଛି ଭୁଲି ଗଲେ,କିଛି ପୁର୍ଣ ହେଲା, ଜାଣିଛି ମନ ।
କିଛି ସୁଖ କିଛି ଦୁଃଖ ର ପରଶ ତ ପାଇଲେ,
କିଛି ମିଠା କିଛି ଖଟା କଥା କହି କିଛି ମନ ବି କିଣିଲେ ।
ସମୟ କୁ କେବେ କେବେ ଆମେ ଦୋଷ ବି ଦେଲେ,
ଯଦି କେହି ସାଥି ଆମଠାରୁ ଭିଡରେ ହଜିଗଲେ ।
ହଜି ସିନା ଗଲେ ସିଏ, ହଜିନି ତାଙ୍କର ସମ୍ପର୍କ,
ଭାଙ୍ଗିନି କି ଲିଭିନି ସେ ସୁସମ୍ପର୍କ ର ଅଭୁଲା ଅର୍କ ।
ଦୂରେ ଥାଇ ସଦା ସେ ତ ଆମ ଶୁଭ ମନସଇ,
ବନ୍ଧୁ ହେ, ତୁମେ ଭୁଲିପାର କିନ୍ତୁ ସମ୍ପର୍କ ନ ଭୁଲଇ।
ଆସିଛେ ଏକା ଆମେ ସୁନ୍ଦର ଜନମ ପାଇ,
ଜୀବନ ଟା କର୍ମଭୂମି, ସମୟ ତ ଦିଏ ଚେତାଇ ।
ମଣିଷ ଜନମ ପାଇଛେ କେତେ ଭଲ କର୍ମ କରି,
ସାର୍ଥକ କରିବାକୁ ହେବ ତାକୁ, ଯାଅନାହିଁ ଡରି।
କେତେ କେତେ ଝଡ ଝଞ୍ଜା ମାର୍ଗରେ ନିଶ୍ଚୟ ଆସିବ,
ବନ୍ଧୁତ୍ୱ ର ଡୋରିରେ ବନ୍ଧା, ସବୁ ସେ ପାରି କରାଇବ।
ବେଳେ ବେଳେ ଏ ଚଞ୍ଚଳ ମନ ବଡ଼ ଅବୁଝା ହେବ,
ହୃଦୟ ରେ ବନ୍ଧୁ ଥିଲେ, ତାକୁ ବୁଝାଇ ବି ଦେବ ।
ୟେ ଜୀବନ ଡଙ୍ଗା ର ଯାତ୍ରା କେବେ ଶେଷ ହେବ,
କେହି ତ ଜାଣିନେ ଆମେ, କେହି କହି ନ ପାରିବ ।
ମାନ ଅଭିମାନ ଅଟେ ଏକ ଅସ୍ଥାୟୀ ମାନସିକ କ୍ରିୟା,
ବନ୍ଧୁ ହେ, ସମ୍ପର୍କ ତ ଭୁଲାଇବ ସବୁ ତା ପ୍ରକ୍ରିୟା ।
ରହିଛି ରହିବ ସଦା ଏ ଦୁନିୟା ରେ ସମୟ ର ସ୍ରୋତ,
ବେଳେ ବେଳେ ଜୀବନ ଡଙ୍ଗା ଭାସିଯାଏ ନ ପାଇଲେ କାତ ।
ତଥାପି ତ କେବେ ବଞ୍ଚିବାର ଆଶା ଛାଡି ତ ହୁଏନା,
ଯେତେ କଷ୍ଟ ଯେତେ ଦୁଃଖ, ପାଇଲେ ବି ଯାତନା ।
ଜୀବନ ର ମାନେ ନୁହେଁ ଖାଲି ଆମେ ଜିଇ ଯିବା,
କିଛି ଭଲ କର୍ମ କିଛି ସୁନ୍ଦର କିର୍ତ୍ତୀ ଆମେ ରଚି ଯିବା ।
ଜାଣିନେ ଆମେ କିଛି ବିଧିର କି ବା ବିଧାନ ଅଛି,
କିନ୍ତୁ ଆମର କର୍ମ କୁ ସେ ତ ସଦା ପରଖୁଛି ।
ଛାଡି ଏହି ମାନ ଅଭିମାନ ର ବୃଥା ରଚନା,
ଦେବା କିମ୍ପାଇ ଆମେ ମନ ଓ ହୃଦୟକୁ କଠୋର ଯାତନା ।
ଚଲା ପଥେ ଚାଲୁଥିବା ସମୟ ର ସ୍ରୋତରେ,
ବନ୍ଧୁ ହେ, ଦୂରେ ଥିଲେ ଏ ନୟନ ସବୁ ଦେଖେ ରେ ।