STORYMIRROR

Amita Dash

Abstract Others

4  

Amita Dash

Abstract Others

ନାଲି ଓଢ଼ଣୀ

ନାଲି ଓଢ଼ଣୀ

2 mins
519


ମେଘ ପାଲିଙ୍କି ରେ ଶ୍ରାବଣ ଆସେ

ପ୍ରକୃତି ରାଣୀ ନବ ଶୃଙ୍ଗାର ରେ ନିଜକୁ ସଜେଇ ବସେ


ପବନ ମହୁରୀ ବଜାଏ

ଝିଙ୍କାରି ଝିଁ ଇଁ ଝିଁ ଇଁ କରେ

ବାଦଲ ପିଟେ ଢମ ଢମ ଢୋଲ


ବରଷା ରାଣୀ ଶୁଭ ମଙ୍ଗଳ ଗୀତ ଗାଏ

ବେଙ୍ଗ,ବେଙ୍ଗୁଲି ର ଆଜି ହେବ ବାହାଘର


ମୋ ପ୍ରିୟା ରୁଷିଚି ନାଲି ଓଢ଼ଣୀ ପାଇଁ

ଯିବ ବେଦୀ ସଜେଇ ବାକୁ ହଉଚି ତରଭର। 


କେତେଦିନ ବେଙ୍ଗ ବେଙ୍ଗୁଲି ର ବେଦି ସଜାଇବ

ମୋ ଘର ଘରଣୀ କେବେ ସେ ବନିବ

ଆଜି ନିଶ୍ଚୟ ପଚାରି ରଖିବି ନାଲି ଓଢ଼ଣୀ କୁ ତା'ର


ସବୁ ବର୍ଷ ଋତୁ ଏମିତି ଆସୁଚି ଋତୁ ତା ବାଟରେ ଫେରି ବି ଯାଉଚି

ପ୍ରତିବର୍ଷ ମୌସୁମୀ ରଙ୍ଗ ବଦଳଉଚି

ବେଙ୍ଗ ବେଙ୍ଗୁଲି ର ବା‌ହା ବେଦି ‌ବି ସାଜୁଛି

ମୋ ବାହାଘର ସାହାନାଇ କେବେ ବି ବାଜୁନି


କେବେ ସବୁଜ ରଙ୍ଗର ପାଟମଠା ପିନ୍ଧି ଧରା ଉଡ଼ାଇ ଦେଉଚି ଫରଫର କାନି 

କେବେ ରେଶମୀ କାଶତଣ୍ଡୀ ପାଟରେ

 ସିଏ ଝଲମଲ ଝଲସି ଥାଉଚି

କେବେ ସୋରିଷ ଫୁଲ ର ଛିଟ ପକା ପିନ୍ଧି 

ଅପୂର୍ବ ସୌନ୍ଦର୍ଯ୍ୟ ର ପ୍ରତିମା ବନିଚି

କେବେ ପୁଣି ଲାଲ୍ ଲାଲ୍ 

 କୃଷ୍ଣ ଚୂଡାର ଲାଲ୍ ରଙ୍ଗରେ ରଙ୍ଗେଇ ହଉଚି


ମୋ ପ୍ରିୟା ଏମିତି ନିଜକୁ ସଜଉଚି ପ୍ରତି ଥର ନୂଆ ରଙ୍ଗର ଓଢ଼ଣୀ ଉଡେଇ ଦଉଚି

ନୀଳ ଓଢ଼ଣୀ ରେ ଏମିତି ଲାଗୁଛି 

ତାକୁ ଦେଖିବାକୁ ଆଖି ତାଠାରେ ଲାଖି ରହୁଚି


ଏଇ ବିଜନ ରେ ଏକାନ୍ତ ମୁହୂର୍ତ୍ତ କେତେ କାଟିଛୁ ଏକାଠି

ଗୋଧୂଳି ଲଗନେ କେତେ ସପନ ଦେଖିଛୁ ମଉନେ


ତା ପାଦର ପାଉଁଜି ହାତର କଙ୍କଣ ଯେବେ ଶୁଭେ ଝମଝମ

ବଢିଯାଏ ମୋ ହୃଦ ସ୍ପନ୍ଦନ

ଛାତି ମୋ ହୁଏ କରତି ଯେତେବେଳେ ଉଡେଇ ଦିଏ 

ତା'ର ନାଲି ଓଢ଼ଣୀ ଟି


କେତେଥର ଘରୁ ପିଠା ଲୁଚେଇ ଆଣେ 

ଓଢ଼ଣୀ ସାକ୍ଷୀ ରହିଛି ତା'ର

ଥରେ ଦାଗ ଲାଗିଗଲା ବୋଲି

ଲଢି ପଡ଼ିଥିଲା ନୂଆ ଓଢ଼ଣୀ ଦରକାର


ଦେଇ ପାରିଲିନି ନାଲି ଓଢ଼ଣୀ 

ମନ କଥା ରହିଗଲା ମନର

ଦିନେ ଖବର ଦେଲା କାଲି ମୋର ବାହାଘର 


ତୁମ ବିନା ଆଉ କାହାର ହୋଇ ପାରିବିନି 

ଜୀବନ ହାରିବି ଏ କଥା ମନେ ରଖ


ଠିକଣା ସମୟରେ ଠିକଣା ଯାଗାକୁ କହିଥିଲା ଯିବା ପାଇଁ

ଗୁଣ୍ଡା ଲଗେଇ ଅଟକାଇ ଦେଲେ ଯାଇ ପାରିଲି ନାହିଁ।


ତାକୁ ଖୋଜି ଖୋଜି ଗଲି ସେ ଯାଗାକୁ

ଯୋଉଠି ନାଲି ଓଢ଼ଣୀ ପଡ଼ିଥିଲା ମୋତେ କିଛି କହିବା ପାଇଁ


ଜାତି ଭେଦାଭେଦ ଏତେ ବଡ଼ ହେଲା

ଜୀଅନ୍ତା ମାରିଦେଲେ ତୋତେ

ମୁଁ ବଞ୍ଚିଛି କାହା ଅପେକ୍ଷା ରେ‌ ଜାଣି ତ ନ ପାରେ


ନାଲି ଓଢ଼ଣୀ କିଣିଛି

ତୋ ଫଟରେ ଟଙ୍ଗେଇ ଦେଇଛି

ଯେବେ ଯିବି ତୋ ପାଖକୁ 

ନେଇ ଯିବି ମୋ ସାଙ୍ଗରେ।



Rate this content
Log in

Similar oriya poem from Abstract