କଳଙ୍କିନୀ
କଳଙ୍କିନୀ
କଳଙ୍କିନୀ ଶବ୍ଦ ଭୟଭୀତ କରେ
ନାରୀ ଜାତି ମଧ୍ୟେ ଏହୁ,
କଳଙ୍କିନୀ ଥିଲା ମହିଳା ଜାତିରେ
ସୁର୍ପଣଖା ନାମେ ସେହୁ ।
ରାବଣ ଭଉଣୀ ଏହୁ ସୁର୍ପଣଖା
କଳଙ୍କିତ କଲା ବଂଶେ,
ଭାଇର କଥାକୁ ଅବଞ୍ଜା କରିଣ
ବିଭା କଲା ଶତ୍ରୁ ବଂଶେ ।
ବିଦ୍ୟୁତୀନ୍ ସଙ୍ଗେ ବିବାହ କରିଲା
ଭାଇ କଥାକୁ ନ ମାନି,
କାଲକେୟା ବଂଶ ଶତ୍ରୁ ଥିଲେ ତାଙ୍କ
ବିବାହ କଲା ନ ମାନି ।
କାଲକେୟା ବଂଶ ଶକ୍ତିଶାଳୀ ଥିଲେ
କରୁଥିଲେଟି ଅବଞ୍ଜା,
ରାବଣ କଥାକୁ ମାନୁ ନଥିଲେ ଟି
ସଦା ହିଁ କଥ ଅବଞ୍ଜା ।
ମାରିବା ନିମନ୍ତେ ସଜ୍ଜିତ ହୋଇଲା
ବିଦ୍ୟୁତୀନ୍ କୁ ସେ ଦିନ,
ମନ୍ଦୋଦରୀ ବାକ୍ୟେ ସ୍ଥିର ହୋଇ ଗଲା
ରଖିଲା କଥାର ମାନ୍ୟ ।
ସମୟର ଚକ୍ର ଗଡ଼ି ଚଲୁ ଥାଏ
ଯୁଦ୍ଧ ହେଲା ଶତ୍ରୁ ସଙ୍ଗେ,
ଭଉଣୀ ସ୍ବାମୀକୁ ମାରିଲେ ରାବଣ
ଭୁଲି ଗଲେ ସବୁ ଅଙ୍ଗେ ।
ବିଧବା ହୋଇଣ ସୁର୍ପଣଖା ଦିନେ
ଭ୍ରମଣ ଟି ଜଙ୍ଗଲରେ,
ନଜର ପଡ଼ିଲା ରାମଙ୍କୁ ତାହାର
ଛନଛନ ମନ କରେ ।
ରାମଙ୍କ ସଙ୍ଗରେ ସୀତେ ଠାକୁରାଣୀ
କଥାବାର୍ତ୍ତା କରୁଥାନ୍ତି,
ସୁନ୍ଦର ରୂପକୁ ଧରିଣ ରାକ୍ଷସୀ
ରାମ ପାସେ ଯାଉ ଥାନ୍ତି ।
ଅତି ମନହର ରୂପକୁ ଧରିଣ
ରାମଙ୍କ ପାସରେ ମିଳିଲା,
କେଉଁ ରାଜ୍ୟେ ଘର କାହର ନନ୍ଦନ
କଥାକୁ ଆରମ୍ଭ କଲା ।
ଅତି ହି ସୁନ୍ଦର ରୁପକୁ ପାଇଛ
ମନ ମୋର ଛନଛନ,
ଛଳଛଳ ହୁଏ ଅଙ୍ଗପ୍ରତଙ୍ଗରେ
ଦେଖ ମତେ ଦେଇ ଧ୍ୟାନ ।
ରାବଣ ଭଉଣୀ ଅତି ସୁକୁମାରୀ
ବିବାହ ମତେଟି କର,
ତିନି ପୁର ରାଜା ଭାଇଟି ମୋହର
ଗ୍ରହଣ ଟି ମତେ କର ।
ସୁର୍ପଣଖା କଥା ଶୁଣି ରାମଚନ୍ଦ୍ର
ହସି କହିଲେ ଟି ଧିରେ,
ପତ୍ନୀ ଅଛି ମୋର ମୋ ଭାଇକୁ କୁହ
ଆସିଲା ହିଁ ସେହୁ ଘରେ ।
ଲକ୍ଷଣଟୁ ଦେଖି ଖୁସି ହୋଇ କଲା
ଗଲା ସେହୁ ତାଙ୍କ ପାଶେ
ବିଭା କର ବଲି ବିନତି କରିଲା
ନ ରହିଲେ ତାର ପାଶେ ।
ମାରିବା ପାଇଁ କି ଦୌଡ଼ି ଟି ଆସିଲା
ରାକ୍ଷସୀ ପରି ଟି ଭେଷେ,
ସୀତେଙ୍କୁ ଗିଳିବ ଚିତ୍କାର କରିଲ
ଅତି ହିଁ କ୍ରୋଧିତ ଭେଷ ।
ଠାରି ଦେଲେ ରାମ ଲକ୍ଷଣ ଭାଇଙ୍କୁ
କାଟି ଦେଲେ ନାକ କାନ,
କାନ୍ଦି କାନ୍ଦି ସେହୁ କହିଲା ରାମଙ୍କୁ
କିମ୍ପା କଲ ହୀନିମାନ ।
ଭାଇଙ୍କୁ କହିବି ସବୁ କଥା ଯାଇ
ମୃତ୍ୟୁ ନିଶ୍ଚେ ତୋର ଜାଣ,
ତାର କଥା ଶୁଣି ପ୍ରଭୁ ରାମଚନ୍ଦ୍ର
ନ କହିଲେ କିଛି ଜାଣ ।
କଳଙ୍କିତ ହେଲେ ସୀତା ଠାକୁରାଣୀ
କଳଙ୍କିନୀ ନାରୀ ଯୋଗୁଁ,
ଭାଇର ବଂଶର ବିନାଶ ହେଲାଟି
ସୁର୍ପଣଖା ନାରୀ ଯୋଗୁଁ ।