STORYMIRROR

Pranati Jena

Tragedy Classics

4  

Pranati Jena

Tragedy Classics

ଦୀପାଳି ଗୋ

ଦୀପାଳି ଗୋ

1 min
235

ନିଶବ୍ଦ ରାତ୍ରିର ସୁପ୍ତ ନିର୍ଜନତା

    ଜଳି ପାର ଅକ୍ଳେଶରେ,

ହୃଦ ବିବଶତା ଗୋପନ ପ୍ରହରେ 

    ସାଉଁଟା ସ୍ମୃତି ରୁ ଧାରେ....


ଭାଙ୍ଗନାହିଁ କେବେ ହୃଦୟ କୁ ମୋର 

    ଜୀବନ୍ତ କଣ୍ଢେଇ ମର୍ମେ,

ଛୋଟ ଜୀବନରେ କାରୁଣ୍ୟ ଦହନ

     ଅଭିବ୍ୟକ୍ତି ନିଦାରୁଣେ.....


ହୃଦୟ ବେଦନାକୁ ଚିହ୍ନେ ପରାଣେ 

    ଦରଦୀ ମଣିଷ ସିଏ,

ଦେବ ଆତ୍ମା ଧରି ନର ଦେହ ବହେ

    ପରମ ଦୁର୍ଲ୍ଲଭ ପ୍ରାୟେ.....


ବିଶ୍ୱାସ ସେତୁ ଅନୁରାଗେ ସିଞ୍ଚଇ

    ଶ୍ରଦ୍ଧା ଶୀତଳତା ଢେଉ,

ଥରେମାତ୍ର ଭାବ ଗଭୀରତା ନେଇ

     ପୂର୍ଣ୍ଣମୀ ଜ୍ୟୋସ୍ନାର ଇନ୍ଦୁ.....


ଆଜି ଲୁହଧାରେ ବେଦନା ରୁଧିରେ

     କାରଣ ନ ହୁଅ କେହି,

ଅଳପ ଜୀବନ ଛୋଟ ଆୟୁଷ ରେ

     ଆତ୍ମାରେ ଯନ୍ତ୍ରଣା ଦେଇ......


ସଳିତା ବିନା କି ଶୂନ୍ୟ ଦୀପାଳିର 

    ପୂର୍ଣ୍ଣତା ସଂସାରେ ଫଳେ 

ଘିଅ ଢାଳୁଥିଲେ ଯେ ନିଷ୍ଠା ଫଳର

    ସଳିତା ବିନା ନିଷ୍ଫଳ.....


ଦୀପାଳି ଧର୍ମକୁ ଜୀବନ ର ମର୍ମ

    ଜଳିପାରେ ଅନ୍ୟପାଇଁ,

କାହା ହୃଦୟ ରେ ସୁଖ ହେଉ ଧର୍ମ

    ଆଜି ଅଛ କାଲି ନାହିଁ.....


ଘର ମୋ ସ୍ୱର୍ଗ ଭୁବନ ପାରିଜାତ

      ହୃଦୟ ସୁନ୍ଦର ପାଇଁ,

ଶ୍ରଦ୍ଧା, ଆପଣା ସୋହାଗୋ ଧାରେ ପ୍ରୀତ

      ମର୍ତ୍ତ୍ୟ ବୈକୁଣ୍ଠ ସାଜଇ....


ଶୁଖିଲା ପ୍ରାଣରେ ମମତା ଜଳରେ 

    ଫୁଲ, ଫଳେ ଶ୍ରଦ୍ଧା ଶୋଭା,

ଶ୍ରାବଣେ ବସନ୍ତ ସମ୍ଭାର ଫୁଲ ରେ 

     ଚଇତାଳି ବିମୁଗ୍ଧତା ....


ସମ୍ପର୍କ କୁ ନେଇ ଜୀବନ ରେ ପରା

    ପ୍ରୀତି ର ଭରା ଫଗୁଣ,

ଶାଶ୍ୱତ ଝରା ଅମୃତ ସ୍ପର୍ଶି ଧାରା

    ହୃଦେ ଆଣେ ଶିହରଣ......


ମୂଲ ଦେଲେ ମୂଲ ମିଳେ ଏ ସଂସାରେ

     ପ୍ରତ୍ୟାଶା ନ ରହୁ କାରେ,

ସେପରି ଜନମ ସଂସାର କାରଣେ

      ଅମୁଲ୍ୟ ମମତା ଧାରେ......


ସମ୍ପର୍କ ପୃଷ୍ଠା ର ପ୍ରତିଟି ଅକ୍ଷରେ 

   ଭରିଯାଉ ସାନିଧ୍ୟତା,

ଉତ୍ତମ ଆଚରି ସଂମ୍ମାନ ରେଣୁରେ

    ଭରିଯାଉ ମାଦକତା........


ତୁମ ଶ୍ରଦ୍ଧା ଥିଲେ ଲଙ୍ଘିଯିବି ପରା

   ସପ୍ତ ସିନ୍ଧୁ, ତେର ନଈ,

ଅଭେଦ୍ୟ ଦୁର୍ଗ ମୁହୂର୍ତ୍ତକ ମାତ୍ରଟା

    ଭାଙ୍ଗିଯିବି ତୁମ ପାଇଁ......

.

ଦୀପ ଜାଣେ ନାହିଁ ଧର୍ମ, ଅଧର୍ମରେ 

     ଜାଳି ଦେଲେ ଜଳୁଥାଏ,

ମାନବିକତା ହୃଦେ ସେ ଭରିଦିଏ 

      ଅମୃତ ର ଆହରଣେ......


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy