STORYMIRROR

DILIP KUMAR SAHOO

Tragedy

4  

DILIP KUMAR SAHOO

Tragedy

ପାହାଡ ଛାତିରେ ନିଆଁ

ପାହାଡ ଛାତିରେ ନିଆଁ

1 min
242

କିଏସେ ସିଏରେ ପାହାଡ ଛାତିରେ

ଲଗାଇଦେଇଛି ନିଆଁ

ଶୀତଳ ପବନ ବାଟ ଉଗାଳୁଛି

ଶୁଖିଲା ପତର ଧୂଆଁ


ଅବୁଝା ମଣିଷ ଅବୁଝା ପଣରେ

ଗଛ ଲତା ଯାଏ ଜଳି

ଜୀବନ ହରାନ୍ତି କେତେ ଜୀବ ଜନ୍ତୁ

ନିଆଁ ଯାଏ ତାଙ୍କୁ ଗିଳି


ଆଖି ପିଛୁଳାକେ ସବୁଜ ମୂଲକ

ପାଲଟେ ଧୁସର ମାଟି

ପାଉଁଶ ଗଦାରେ ନିରୀହ ଜୀବନ

ନିମିଶେ ପଡନ୍ତି ଲୋଟି


ଏମିତି ବଣକୁ ଉଜାଡି ଦେଲେରେ

ଖରାକୁ ହେବନି ସହି

ଖରା ଚାରି ମାସ ଡହଳ ବିକଳ

ସପନ ହୋଇବ ଛାଇ


ଗଛ ଗଲେ ଜଳି ପାହାଡ ଛାତିରେ

ପଥର ହେଇବ ରାଜା

ତତଲା ପବନ ବହିବ ନିଇତି

ମଣିଷକୁ ଦେଇ ସଜା


କିଏ ଲିଭାଇବ ଏ ଦାବାନଳକୁ

କାହୁଁବା ଆସିବ ପାଣି ?

ଏମିତି ଅବେଳେ ବଣକୁ ଭରଷା

ଏକା ସେ ବରଷା ରାଣୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy