Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Tragedy Inspirational

3  

KRUTIBAS NAYAK

Tragedy Inspirational

କବିତା ଆଳାପ-26 : (ତୃତୀୟ ସପ୍ତାହ) କରୋନା ସହିତ ସଂଘର୍ଷ

କବିତା ଆଳାପ-26 : (ତୃତୀୟ ସପ୍ତାହ) କରୋନା ସହିତ ସଂଘର୍ଷ

1 min
191


କରୋନା କୋଭିଡ଼ ଚହଳ ପକାଇ ବ୍ୟାପିଲା ଦୁଇଶ' ଦେଶକୁ,

ଆତଙ୍କ ଖେଳାଇ ଦମ୍ଭ ଦୋହଲାଇ ଡରାଇଲା କୋଟି ଲୋକଙ୍କୁ |


ବୁଢ଼ାବୁଢ଼ୀ ରୋଗୀ ହରାଇଲେ ପ୍ରାଣ ଶ୍ଵାସରୁଦ୍ଧ ହେଲା ତାଙ୍କର,

କିଡ଼ିନ ସୁଗାର ରୋଗୀ ହଟହଟା ଯତ୍ନ ପାଇ ହେଲେ ଉଦ୍ଧାର |


ରକ୍ତଚାପ ରୋଗୀ ହୋଇଲେ ଛାନିଆଁ ଭୟରେ ହୃଦୟ ଥରିଲା,

ଆତଙ୍କିତ ମନେ ଦୁର୍ବଳ ହୋଇଲେ ହାର୍ଟ ଆଟାକ ହୋଇଲା |


ଛୁଆଁରୋଗ ଏହି କୋଭିଡ଼ ରୋଗଟି ଭୂତାଣୁ ମାଧ୍ୟମ ତାହାର,

ଅବହେଳା ପାଇଁ କୋଭିଡ଼ ଡେଇଁଲା ଯୁବକଙ୍କୁ କଲା ଆହାର |


ଥଣ୍ଡା କାଶ ଜ୍ୱର କଫରୋଗ ପରି କୋଭିଡ଼ ରୋଗର ଲକ୍ଷଣ,

ସାହସ ହରେଇ ଭୟଭୀତ ହେଲେ ହୋଇଥାଏ ମୃତ୍ୟୁ କାରଣ |


କେତେକ ଯୁବକ ମାଧ୍ୟମ ବୟସ୍କ ମାନିଲେନି କାହା ବାରଣ,

ଔଷଧ ମିଳୁନି ଶୁଣି ଅସହାୟ ଭୟରେ ଲଭିଲେ ମରଣ |


କରୋନା ଯୋଦ୍ଧା ଯେ ସାହସ ଦେଖାଇ ଲଢ଼ିଲେ ଭୂତାଣୁ ସହିତ,

ଆମାନିଆଁ କିଛି ନିୟମ ନ ମାନି ମାଡ଼ଖାଇ ହେଲେ ଆହତ |


ଅସଲ ଯୋଦ୍ଧା ହିଁ କୋଭିଡ଼ ପୀଡିତ ଯିଏ ଦେଖାଇଲେ ସାହସ,

ରୋଗକୁ ହରେଇ ନିଜେ ଜିତିଗଲେ ବିଚାର ନକରି ବୟସ |



Rate this content
Log in

Similar oriya poem from Tragedy