ଜହ୍ନ
ଜହ୍ନ
ଜହ୍ନ ଆଜି ମୋତେ ଖେନ୍ତାଏ ,
କହେ ମୁଁ କେଡେ ଅଲାଜୁକ ,
ତୁ ଛାଡ଼ି ଚାଲିଗଲା ପରେ ବି
ଆଜି ବି ମୁଁ ତୋ ବାଟ ଚାହିଁଛି ....।
ତୁ କହିଥିଲୁ ଆମେ ବସିବା ଏ
ଜହ୍ନ ଆଲୁଅ ତଳେ
ସ୍ପନ୍ଦନ ସହ ସ୍ପନ୍ଦନ ମିଶି ଆମେ ବି ଗପିବା ....
କିନ୍ତୁ ସବୁ ଥିଲା ମିଛ ,
ଡ଼ାହା ମିଛ ....
କିନ୍ତୁ ତୋର ସେ ମିଛକୁ ଭେଦି
ସତର ସ୍ତର ମୁଁ କେବେ ଛୁଇଁ ପାରିନି ...।
ଆଜି ବି ଭାବେ ହଁ ତୁ ଆସିବୁ ,
ସେଇ ସନ୍ଧ୍ୟା ସମୟରେ ,
ସେଇ ତାରକା ଗହଣରେ ମୁଁ ଆଙ୍କେ
ତୋରି ଛବି ,
ହେଲେ ସେ ଛବି ଧୁମିଳ ପାଲଟେ ,
ତୋର ମିଛ ପ୍ରତିଶ୍ରୁତି ପୁଣି ମୋତେ
ବାଧେ ....।
ତଥାପି ମୁଁ ଚାହିଁଛି ତୋରି ବାଟ ,
ସାକ୍ଷୀ ଅଛି ସେଇ ଜହ୍ନ ,
ଖାସ୍ ସେଇ ପାଇଁ ମୋତେ ସେ ଖେନ୍ତାଇ କହେ ,
ତୁ କେତେ ମୂର୍ଖଟାଏ ....।