STORYMIRROR

Prabhati Mahapatra

Tragedy

3  

Prabhati Mahapatra

Tragedy

ମେଘ

ମେଘ

1 min
213

 

ଟିକେ ରହି ଯା'ରେ ମେଘ

ଟିକେ ରହି ଯା ...... ରେ

ପ୍ରିୟ ମୋ ଫେରୁଛି ଘରେ 

ତୋର ଆଗମନେ ଭୀତି ଜାଗେ ମନେ

ପ୍ରାଣ ମୋର ଝୁରି ମରେ ।

ଟିକେ ରହି ଯା' .......ରେ

ମଧୁର ମିଳନେ ନାଚୁଛି ମୟୂର

ଘନ କଳା ମେଘ ଦେଖି

ବିହଙ୍ଗ ବାପୁଡ଼ା ଘରେ ବାହୁଡିଲେ

ମନ ମୋର ହୁଏ ଦୁଃଖି

ଲୁଚି ଗଲେ ସୂର୍ଯ୍ୟ ବଉଦ ଉହାଡେ

ପଥ ଭାସେ ଅନ୍ଧକାରେ

ହୃଦୟ ଥରାଇ ପ୍ରଭଞ୍ଜନ ଆସେ

ଦୟା କର ମୋତେ ଥରେ ।

ଟିକେ ରହି ଯା ' ....... ରେ

ପଂକ୍ତି ମାଳା ରୂପେ ଭାସି ଯାଉ ମେଘ

ସାଥେ ଧରି ଘଡ ଘଡି 

ଗ୍ରୀଷ୍ମ ଉତ୍ତାପକୁ ଲିଭାଇବା ପାଇଁ

ମନେ ଧରିଛୁ କି ଭିଡି 

ଆରେ ମେଘ ତୁହି ଆଷାଢ଼ ଶ୍ରବଣେ

ବନ୍ଦୀ ରହିବୁନି ଘରେ

ତେବେ ତୁ ଉଛନ୍ନ କାହିଁକି ହେଉଛୁ

ବାହୁଡିବୁ ତରବରେ ।

ଟିକେ ରହି ଯା' .......ରେ

ଗିରି ପରବତ ବହୁ ଦୂରେ ଅଛି

ଛୁଇଁବାକୁ କାହିଁ ବ୍ୟଗ୍ର

ଭୟରେ ଥରୁଛି ଝୁଂପୁଡି ଘରଟି

ଶୁଭେନା କି ତାର ରାବ 

ଲେଖୁ ଥିବି ବସି ତୋ ରୂପ ଗାରିମା

ନିତି ମୋର ଭାବନାରେ

ହୃଦୟକୁ ଯଦି ପ୍ଲାବିତ କରିବୁ

ଶାନ୍ତି ଢାଳିଦେ ମୋ କରେ ।

ଟିକେ ରହି ଯା' .........ରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy