STORYMIRROR

Chinmaya Kumar Sahoo

Abstract Tragedy Others

4  

Chinmaya Kumar Sahoo

Abstract Tragedy Others

ସପନ

ସପନ

1 min
247

ସପନ ସାଥୀରେ ସଙ୍ଗାତ ବସିଲି ରାତି କାଟିବାକୁ ଦିନେ

କହିଲା ସପନ, ସାଥୀ ତୁମ ହେବି, ଶଙ୍କା ରଖ ନାହିଁ ମନେ।


ବନ୍ଧୁତ୍ୱର ଦ୍ୱାହି ଦେଇକି ସପନ ଲମ୍ବାଇଲା ତାର ଗୋଡ

ମୁଣ୍ଡଟାକୁ ମୋର ଆଉଁସି କହିଲା, କୋଳେ ମୋର ଶୋଇପଡ।


ଏତେ ସ୍ନେହଶ୍ରଦ୍ଧା ପାଇ ସପନଠୁ ପୂରିଗଲା ମନ ମୋର

ହୃଦୟ କନ୍ଦରୁ କାଢିକି ଯାଚିଲି କିଛି ସ୍ମୃତି ଉପହାର।


ମୋ ବନ୍ଧୁ ପ୍ରୀତି ଦେଖି ଭାବିଲା ସପନ, କେଡେ ମୂର୍ଖ ସତେ ଇଏ !

ଭଳିଗଲା ମୋର ମିଛ ଛଳନାରେ , ମୋ ଠାରୁ ଚାଲାକ କିଏ?


ପ୍ରଥମେ ଯତନେ ସ୍ମୃତି ପୁଟୁଳିରୁ ସୁଖ ସବୁ ବାଛି ନେଲା

ଗୋଟି ଗୋଟି କରି ଖୁସିକୁ ସଯେଇ ମାୟା ଜାଲ ବିଛାଇଲା।


କିଛି ସ୍ମୃତି ପୁଣି ଏମିତିକା ଥିଲା ମନ ଯା'କୁ ନିତି ଝୁରେ

ଜାଲ ଚାରିପାଖେ ସେଇଥିରୁ କିଛି ବୁଣି ଦେଲା ଆନନ୍ଦରେ।


ଲୋଭ ନ ସମ୍ଭାଳି ଚାଲିଗଲି ମୁହିଁ ଫସିଗଲି ଜାଲ ଫାସେ

ମୋତେ କାବୁ କରି କପଟୀ ସପନ ମୁରୁକି ମୁରୁକି ହସେ।


ବେଳ କାଳ ଦେଖି କାଢ଼ିଲା ସପନ ଭଙ୍ଗା ରୁଜା ସ୍ମୃତି ଯେତେ

ବିକଳାଙ୍ଗ ହେଇ ପଡି ରହିଥିଲେ କାହିଁ କେତେ ଦିନୁ ସତେ।


ମୁକ୍ତି ଭିକ୍ଷା ମାଗୁଥିଲେ କିଛି ସ୍ମୃତି କ୍ଷତାକ୍ତ, ରକ୍ତାକ୍ତ ହେଇ

ଜୀଅନ୍ତା ଶବକୁ ଆଗରେ ଦେଖିବି ସପନ ମୁହଁ ମୋଡଇ।


ନିରୂପାୟ ହେଇ ଯେତେ ଚେଷ୍ଟା କଲି ଜାଲରୁ ଖସିବା ପାଇଁ

ମନ ଟାକୁ ମୋର ଜାବୁଡି ଧରିଲା ଜମାରୁ ଛାଡିଲା ନାଇଁ।


ବହୁ ଚେଷ୍ଟା ପରେ ଜାଲରୁ ବାହାରି ଦୌଡ଼ିବା ଆରମ୍ଭ କଲି

ପୁଣି ଥରେ ମୋର ପାଦ ଛନ୍ଦି ଦେଲା ମୁହଁ ମାଡି ପଡି ଗଲି।


ଭାଙ୍ଗିଗଲା ନିଦ, ଖୋଲିଗଲା ଆଖି , ନୂଆ କ୍ଷତ ଶ୍ରୁଷ୍ଟି ହେଲା

ବନ୍ଧୁତା କୁ ମୋର ପାଦରେ ଆଡେଇ ସପନ ପଳେଇଗଲା।


Rate this content
Log in

Similar oriya poem from Abstract