STORYMIRROR

Jharana Rout

Tragedy

4  

Jharana Rout

Tragedy

ତମ ବାଟ ରହିଛି ଚାହିଁ

ତମ ବାଟ ରହିଛି ଚାହିଁ

1 min
190


ଆଖିରେ ଅଛି ଅନେକ ସ୍ଵପ୍ନ

   କେବେ କୁହ ହେବ ସତ

 ତମ ଵାଟକୁ ରହିଛି ଚାହିଁ

   କେବେ କୁହ ହେବ ଭେଟ ।


କେବେ ତରଙ୍ଗ ପୁଣି ଫୁଲେଇ ହୋଇ 

    ଗାଏ ସେ ମଧୁର ଗୀତ

 ଏମିତି ଅବୁଝା ଏମିତି ନୀରବ

    ହୁଅ ନାହିଁ ଆଉ ମିତ।

 

 ଆଉ କେତେ ଦିନ ଉପେକ୍ଷା କରିବି

    ପଲକ୍ ପଡୁନି ନେତ୍ରେ

ଅଭିମାନ ଛାଡି ଏକାକୀ ରୁହନି 

   ଆସି ଯାଅ ମୋର ପାଶେ ।


ତମ ହାତ ଧରି ମୁଁ ବାଟ ଚାଲିଵି 

   ଦେଖୁଛି ନିଇତି ସ୍ୱପ୍ନ 

ତମ ପାଦରେ ମୁଁ ପାଦ ମିଶାଇ 

   ଚାଲିବି ମୁଁ ପ୍ରତିଦିନ ।

   

 ଏକାକି ଲାଗୁଛି ତୁମ ପାଇଁ ସାଥି 

   ସତେ ମରୁଭୂମି ତଟ

ଫିକା ତ ଲାଗୁଛି ତୁମ ପାଇଁ ସାଥି 

  ଦେଖି ଯାଅ ମୋର ଦୁଃଖ ।


Rate this content
Log in

Similar oriya poem from Tragedy