Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Tragedy

4  

Bijay Prusty

Tragedy

କିଛିହେଲେ ପଦେ କୁହ

କିଛିହେଲେ ପଦେ କୁହ

1 min
197



ସତରେ କ'ଣ

ନିଶାଗ୍ରସ୍ତ ମଣିଷ 

ଭୁଲିଯାଏ ସମସ୍ତ ହିତାହିତ ଜ୍ଞାନ ? 

ସତରେ କ'ଣ

ହତାସ ମଣିଷକୁ ନିଶା

ପଳ ପଳ କରି ଖାଏ ପ୍ରତିକ୍ଷଣ ? 

ସତରେ କ'ଣ 

ନଶା ସବୁ ଦୁଃଖ ନେଇଯାଏ ? 

ସତରେ କ'ଣ ନିଶା

ବଞ୍ଚିବାପାଇଁ କିଛି କିଛି ଖୋରାକ ଦିଏ ? 

ନାହିଁ କରିବାକୁ ମୁଁ ବା କିଏ ? 

ଅସହାୟ ମଣିଷର 

ଶେଷ ସାହାରା ତ ସିଏ

ଖଣ୍ଡ ଖଣ୍ଡ କଲିଜାକୁ ଖାଇ ଖାଇ

ବଞ୍ଚିବାର ପ୍ରତିଶୃତି ଦିଏ,

କିଏ ଜାଣେ ପ୍ରତିଶୃତି କେତେ ରକ୍ଷାହୁଏ I

ଦୁଃଖ ତ ତୁମେ ଦେଇ ଚାଲିଛ ପ୍ରତିକ୍ଷଣ

ମୁଁ ଆଉ କଣ କରି ପାରିବି କହୁନ,

ତୁମ ବିନା ଜୀବନ ଅସମ୍ଭବ

ନିଶାକୁ ଆପଣାଇଲେ କ୍ଷତି କଣ I

ଦୁଃଖ କଷ୍ଟକୁ ଭୁଲିବାପାଇଁ ନୁହେଁ

ସବୁ ଦୁଃଖକୁ ଆପଣେଇବାର

ବାଟଟିଏ ହିଁ ତ ନିଶା,

ତୁମେ କଣ କହୁଛ କହୁନ I

          


Rate this content
Log in

Similar oriya poem from Tragedy