STORYMIRROR

Trushna Das

Tragedy Inspirational Others

4  

Trushna Das

Tragedy Inspirational Others

ପବିତ୍ର ବନ୍ଧନ

ପବିତ୍ର ବନ୍ଧନ

1 min
242

ମୁକ୍ତ କଲି ଆଜି ମୁଁ ତୁମକୁ 

   ସେଇ ପବିତ୍ର ବନ୍ଧନରୁ

ନାହିଁ ଆମ ଭିତରେ ପବିତ୍ର ସମ୍ପର୍କ ଆଉ 

   ପୂର୍ଣ୍ଣଛେଦ ପକାଇଲ ତୁମେ ଭାଙ୍ଗି ଦେଇ ସେଇ ସମ୍ପର୍କର ମୂଳଦୂଆକୁ।। 


ମୁକ୍ତ ହୋଇ ସେଇ ପବିତ୍ର ବନ୍ଧନରୁ 

   ହସୁଛ ତୁମେ ଆଜି ଭୁଲି ଯାଇ ଆମର ପୁରୁଣା ସ୍ମୃତିକୁ

ପାଇ ଯାଇ ଆଉ କାହାକୁ

   କରି ମୋତେ ବର୍ବାଦ, ଭାବୁଛ ମହାନ ନିଜକୁ।। 


ବନ୍ଧନରେ ବାନ୍ଧି ହେବା ଆଗରୁ 

  କହିଥିଲ ତୁମେ କାନ୍ଦିବ ନାହିଁ ଜମାରୁ 

ତୁମ ଆଖିର ଲୁହ ସହି ପାରିବି ନାହିଁ କହି

   ଜିଣି ନେଇ ଥିଲ ମୋ ମନକୁ ସବୁଦିନ ପାଇଁ।।


ହେଲେ ଆଜି ମୋ ଆଖି ଲୁହ ଦେଖି 

   ହସୁଛ ଆଜି ହୋଇ ଖିଲି ଖିଲି

ମୋତେ ଦୁଃଖରେ ଦେଖି 

   ହେଉଛ ତୁମେ ଖୁସି ବେଶୀ।। 


ସିନ୍ଦୁର ଦେଇ ମୋତେ କଲ

   ପବିତ୍ର ବନ୍ଧନରେ ନିଜର

ଭାବିଥିଲି ତାହା ଥିଲା ସାତ ଜନ୍ମର ମିଳନ ବୋଲି 

   କିନ୍ତୁ ଭାବି ନ ଥିଲି ତାହା ଭାଙ୍ଗି ଯିବ ଏ ଜନ୍ମେ ଏମିତି ବୋଲି।। 


ଆଗରୁ ଜାଣି ନ ଥିଲି ତୁମେ କରୁଛ ପ୍ରତାରଣା 

   ଭାସି ଯାଇଥିଲି ଶୁଣି ତୁମ ମିଠା ମିଠା କଥା 

ଯାହା ଥିଲା ତୁମ ଛଳନା ବିଷରେ ଭରା

   ଯାହା କରି ଦେଇଛି ମୋତେ ଅର୍ଦ୍ଧମରା।।


ତୁମେ ସିନା କଲ ଛଳନା ମିଛ ପ୍ରେମର

   ମୁଁ ତ ତୁମକୁ କରିଥିଲି ସତ ପ୍ରେମ

ପାଇଲି ତା ବଦଳରେ ଧୋକା ଖାଲି

   ବୁଝି ଗଲି ତୁମେ ମୋ ଜୀବନରେ ନାୟକ ନୁହଁ ଖଳନାୟକ ବୋଲି।। 


ମୁକ୍ତ କଲି ଆଜି ମୁଁ ତୁମକୁ 

   ସେହି ପବିତ୍ର ବନ୍ଧନରୁ

ଆଜି ହାରି ଗଲି ସିନା ପ୍ରେମ ବନ୍ଧନରୁ

   ହେଲେ ଜୀବନ ସଂଗ୍ରାମରେ ହାରି ନାହିଁ ମୁଁ।। 


ମୁକ୍ତ କଲି ଆଜି ମୁଁ ତୁମକୁ 

   ସେହି ପବିତ୍ର ବନ୍ଧନରୁ

ଆଉ କେବେ ହୋଇବ ନାହିଁ ଆମର ମିଳନ

   କି ରିହବ ନାହିଁ ଆମ ଦୁଇଜଣଙ୍କ ଉପରେ ପରସ୍ପର ଅଧିକାର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy